ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବିଞ୍ଝାରପୁରରେ ବିଗତ ସରକାରରେ ହୋଇଥିବା ଦୁର୍ନୀତିର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାର ପରିବର୍ତ୍ତନ ହୋଇଛି। ଏବେ ସରକାରୀ ଅଧିକାରୀମାନେ ନିଜର ମାନସିକତା ବଦଳାନ୍ତୁ। ଏଥିସହିତ ନୂତନ […] The post ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ… appeared first on Dharitri Odia News.

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବିଞ୍ଝାରପୁରରେ ବିଗତ ସରକାରରେ ହୋଇଥିବା ଦୁର୍ନୀତିର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାର ପରିବର୍ତ୍ତନ ହୋଇଛି। ଏବେ ସରକାରୀ ଅଧିକାରୀମାନେ ନିଜର ମାନସିକତା ବଦଳାନ୍ତୁ। ଏଥିସହିତ ନୂତନ ସରକାର ଲୋକଙ୍କ ହିତ ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେଗୁଡିକ ଠିକ୍‌ ଢଙ୍ଗରେ ବିନା ପକ୍ଷପାତିତାରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅନ୍ୟତମ ଅତିଥି ଭାବେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବରିଷ୍ଠ ନେତା ଆଶୁତୋଷ ପରିଡା, ସୁଦୀପ୍ତ ପଣ୍ଡା, ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ସଂଯୋଜକ ନିରଞ୍ଜନ ବେଉରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ଭୁବନାନନ୍ଦ ସାମଲ, ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ବିଞ୍ଝାରପୁରରେ ଖାଦ୍ୟ ସୁରକ୍ଷା ଯୋଜନାରେ ଶହଶହ ଯୋଗ୍ୟ ବ୍ୟକ୍ତି ରାଜନୈତିକ ଆକ୍ରୋଶରୁ ବାଦ୍‌ ପଡ଼ିଥିବା କହିଛନ୍ତି। ସେହିପରି ଯୋଗାଣ ଅଧିକାରୀ ୧୪ ବର୍ଷ ଧରି ଗାଦି ମାଡ଼ି ବସିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ପାତ୍ର କର୍ମୀମାନଙ୍କୁ ଉତ୍ସାହିତ କରିବା ସହିତ ନୂତନ ଭାବେ ସଦସ୍ୟତା ଗ୍ରହଣ କରାଇଛନ୍ତି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଯେଉଁ ଲାଭ ପାଉଛନ୍ତି ତାକୁ ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ଭାଜପା ସରକାରକୁ ଅଧିକ ମଜଭୁତ କରିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ କର୍ମୀ ଯୋଗଦେଇଥିଲେ।

The post ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ… appeared first on Dharitri Odia News.