ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌): ଲୋକସଭା ପାଇଁ ଯୋଦ୍ଧା ତୟାର କଲା ବିଜେଡି । ଦୁଇଟି ପର୍ଯ୍ୟାୟରେ ୧୫ ଆସନ ପାଇଁ ଘୋଷଣା ହେଲା ତାଲିକା । ୩ ସାଂସଦଙ୍କ ଟିକେଟ୍ ବଜାୟ ରହିଛି। ଡ.ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କଳାହାଣ୍ଡିରୁ ଲମ୍ବୋଦର ନିଆଲ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, ଆସିକାରୁ […] The post ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ
LOK SABHA

ଭୁବନେଶ୍ୱର (କେନ୍ୟୁଜ୍‌): ଲୋକସଭା ପାଇଁ ଯୋଦ୍ଧା ତୟାର କଲା ବିଜେଡି । ଦୁଇଟି ପର୍ଯ୍ୟାୟରେ ୧୫ ଆସନ ପାଇଁ ଘୋଷଣା ହେଲା ତାଲିକା । ୩ ସାଂସଦଙ୍କ ଟିକେଟ୍ ବଜାୟ ରହିଛି। ଡ.ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କଳାହାଣ୍ଡିରୁ ଲମ୍ବୋଦର ନିଆଲ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, ଆସିକାରୁ ରଞ୍ଜିତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । କୋରାପୁଟରୁ କୌଶଲ୍ୟା ହିକକା, ଭୁବନେଶ୍ବରରୁ ମନ୍ମତ ରାଉତରାୟ, ଓ ନବରଙ୍ଗପୁରରୁ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ।

ପୁରୀରୁ ଅରୂପ ପଟ୍ଟନାୟକ,କନ୍ଧମାଳରୁ ଡ. ଅଚ୍ୟୁତ ସାମନ୍ତ, ଢେଙ୍କାନାଳରୁ ଅବିନାଶ ସାମଲ , ଜଗତସିଂହପୁର ରାଜଶ୍ରୀ ମଲ୍ଲିକ, କଟକରୁ ସନ୍ତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କ ରିଛି ବିଜେଡି। କେନ୍ଦ୍ରାପଡ଼ା, ଆସିକା, ପୁରୀ ଓ ଢେଙ୍କାନାଳରୁ ସାଂସଦଙ୍କୁ ବଦଳାଇ ନୂଆ ପ୍ରାର୍ଥୀ ଦେଇଛି ଦଳ। କଟକରୁ ନୂଆ ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ ମିଶ୍ର । କୌଶଲ୍ୟା ହିକକାଙ୍କୁ ଛାଡିଦେଲେ ୨୦୧୯ରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି।

The post ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.