ବିଜେଡିର ବିଭିନ୍ନ କମିଟିର ପୁନଃଗଠନ କଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡିରେ ବିଭିନ୍ନ କମିଟିର ହେଲା ପୁନଃଗଠନ। ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି। ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିବେ। ଆଜି ଦଳପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସୁକାନ୍ତ କୁମାର […]

ବିଜେଡିର ବିଭିନ୍ନ କମିଟିର ପୁନଃଗଠନ କଲେ ଦଳର ସଭାପତି ନବୀନ ପଟ୍ଟନାୟକ
BJDhas announced its candidates for the last 3 assembly seats

ଭୁବନେଶ୍ୱର: ବିଜେଡିରେ ବିଭିନ୍ନ କମିଟିର ହେଲା ପୁନଃଗଠନ। ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି। ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିବେ। ଆଜି ଦଳପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି।

WhatsApp Image 2024 07 07 at 19.55.07 89379e15

ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ୫ ଜଣଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ଦଳ ଘୋଷଣା କରିଛି। ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇବେ।

 

WhatsApp Image 2024 07 07 at 19.55.05 6810e47f

ସେହିଭଳି ୧୪ ଜଣଙ୍କୁ ରାଜ୍ଯସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ, ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି।

WhatsApp Image 2024 07 07 at 19.55.06 30c8fa6c

ସେହିଭଳି ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ରାଜ୍ଯ ଗଣମାଧ୍ଯମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ ହୋଇଛନ୍ତି। ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ଯମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି ଦଳ ।

WhatsApp Image 2024 07 07 at 19.55.04 44c3c800