ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି। ତେବେ ବିଜେଡିର ହରତାଳ ଡାକରାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦୦ ଦିନରେ ସରକାରଙ୍କ ସଫଳତାକୁ […] The post ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି…. appeared first on Dharitri Odia News.

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି।
ତେବେ ବିଜେଡିର ହରତାଳ ଡାକରାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦୦ ଦିନରେ ସରକାରଙ୍କ ସଫଳତାକୁ ବିଜେଡି ସହ୍ୟ କରିପାରୁନି। ୨୪ ବର୍ଷ ପରେ ବିରୋଧୀ ଆସନରେ ବସିଥିବା ବିଜେଡି ସହ୍ୟ କରିପାରୁନି।ସେମାନଙ୍କ ସମୟରେ ଘଟିଥିବା ଘଟଣାକୁ ମନେ ପକାଇଲେ ଲଜ୍ଜିତ ହେବେ, ଅନେକ ଘଟଣାରେ ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କ ନାଁ ସାମ୍ନାକୁ ଆସିଥିଲା। ସେହି ସମୟରେ ବିଜେଡି ରାଜଧର୍ମ ପାଳନ କରିଥିଲେ ଏଭିଳି ହୋଇନଥାନ୍ତା ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଆଦର୍ଶ ଥାନା ନୁହେଁ ବରଂ ଆଦର୍ଶ ପୋଲିସ ଭାଜପା ତିଆରି କରିବ।

ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇଏହି ବନ୍ଦ ଡାକରା କରାଯାଇଛି ବୋଲି କହିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏଥିସହ ବିଜେଡି ସଭାପତି ନବୀନ ପଟ୍ଟନାୟକ SIT ତଦନ୍ତ ପାଇଁ କହିଛନ୍ତି ।

ବିଜେଡ଼ି ନେତାଙ୍କ କହିବା ଅନୁସାରେ, ଘଟଣାକୁ ଚପାଇ ଦିଆଯାଉଛି। ୧୪ ତାରିଖରେ ଘଟଣା ଘଟିଲା। ଯଦି ସରକାର ନ ଜାଣିଥିଲେ ହାଇକୋର୍ଟରେ ଜାମିନ ଦେବା ପୂର୍ବରୁ କାହିଁକି ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲା। କୋର୍ଟ ବେଲ ଦେବା ପର୍ଯ୍ୟନ୍ତ ଘଟଣା ସାମ୍ନାକୁ ଆସିନଥିଲା।

The post ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି…. appeared first on Dharitri Odia News.