ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ବର ୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।ଏହି ଘୋଷଣା ଅନୁଯାୟୀ, ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା, ବାଲିକୁଦା ଏରସମାରୁ ସାରଦା ପ୍ରସାଦ ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାର୍ଣ୍ଡି, ବରୀରୁ ବିଶ୍ବରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।ଆଜି ଘୋଷଣା କରାଯାଇଥିବା ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ । ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢିବେ ମହେଶ ସାହୁ । ସୀମା ନାୟକଙ୍କ ସ୍ଥାନରେ ମହେଶ ନୂଆ ପ୍ରାର୍ଥୀ ହୋଇଛନ୍ତି । ରଘୁନାଥପାଲ୍ଲୀରେ ନୂଆ ମୁହଁ ଅର୍ଚ୍ଚନା ବେହେରା । ସୁବ୍ରତ ତରାଇଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ଅର୍ଚ୍ଚନା । ବରୀରେ ସୁନନ୍ଦା ଦାସଙ୍କ ସ୍ଥାନ ନେଇଛନ୍ତି ବିଶ୍ବରଞ୍ଜନ ମଲ୍ଲିକ । ବାଲିକୁଦା-ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା । ରଘୁନନ୍ଦନ ଦାସଙ୍କ ସ୍ଥାନରେ ସାରଦା ଜେନା ପାଇଲେ ଟିକେଟ୍ । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ପତ୍ନୀ ରଞ୍ଜିତା ମାର୍ଣ୍ଡି । ସୁଦାମ ମାର୍ଣ୍ଡି ଏଥର ମୟୁରଭଞ୍ଜରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ମୋଟ୍ ୧୪୧ ଆସନରେ ପ୍ରା

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ବର ୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ଏହି ଘୋଷଣା ଅନୁଯାୟୀ, ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା, ବାଲିକୁଦା ଏରସମାରୁ ସାରଦା ପ୍ରସାଦ ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାର୍ଣ୍ଡି, ବରୀରୁ ବିଶ୍ବରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।

ଆଜି ଘୋଷଣା କରାଯାଇଥିବା ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ । ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢିବେ ମହେଶ ସାହୁ । ସୀମା ନାୟକଙ୍କ ସ୍ଥାନରେ ମହେଶ ନୂଆ ପ୍ରାର୍ଥୀ ହୋଇଛନ୍ତି । ରଘୁନାଥପାଲ୍ଲୀରେ ନୂଆ ମୁହଁ ଅର୍ଚ୍ଚନା ବେହେରା । ସୁବ୍ରତ ତରାଇଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ଅର୍ଚ୍ଚନା । ବରୀରେ ସୁନନ୍ଦା ଦାସଙ୍କ ସ୍ଥାନ ନେଇଛନ୍ତି ବିଶ୍ବରଞ୍ଜନ ମଲ୍ଲିକ । ବାଲିକୁଦା-ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା । ରଘୁନନ୍ଦନ ଦାସଙ୍କ ସ୍ଥାନରେ ସାରଦା ଜେନା ପାଇଲେ ଟିକେଟ୍ । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ପତ୍ନୀ ରଞ୍ଜିତା ମାର୍ଣ୍ଡି । ସୁଦାମ ମାର୍ଣ୍ଡି ଏଥର ମୟୁରଭଞ୍ଜରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ମୋଟ୍ ୧୪୧ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଆଉ ୬ଟି ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି । ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ, ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

You Can Read :

ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ