ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ  ଭାଜପାରେ  

ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ବିଜେଡିରୁ ବିଦାହେଲେ ଭାଜପାରେ ଯୋଗଦେଲେ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଶୁକ୍ରବାର ଉଭୟ ଭାଜପାରେ ଯୋଗ ଦେଇଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସେମାନେ ଭାଜପାରେ  ସାମିଲ ହୋଇଛନ୍ତି। ସୂଚାଯୋଗ୍ୟ, ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା ପ୍ରଥମେ ପ୍ରକାଶ କରିଥିଲେ। ପରେ […] The post ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ  ଭାଜପାରେ   appeared first on Dharitri Odia News.

ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ  ଭାଜପାରେ  
ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ବିଜେଡିରୁ ବିଦାହେଲେ ଭାଜପାରେ ଯୋଗଦେଲେ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଶୁକ୍ରବାର ଉଭୟ ଭାଜପାରେ ଯୋଗ ଦେଇଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସେମାନେ ଭାଜପାରେ  ସାମିଲ ହୋଇଛନ୍ତି।
ସୂଚାଯୋଗ୍ୟ, ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା ପ୍ରଥମେ ପ୍ରକାଶ କରିଥିଲେ। ପରେ ପୂର୍ବତନ ବିଧାୟକ ସୁବାସ ବେହେରା ଗଣ ମାଧ୍ୟମକୁ ଏହି ସୂଚନା ଦେଇଥିଲେ ।

The post ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ  ଭାଜପାରେ   appeared first on Dharitri Odia News.