ବିଜେଡିରୁ ଲଢିବେ ଲେଖାଶ୍ରୀ, ଦଳରେ ଯୋଗଦେଇ ଏମିତି କହିଲେ…
ଭୁବନେଶ୍ୱର,୭।୪: ଶଙ୍ଖ ଫୁଙ୍ଖିଲେ ଲେଖାଶ୍ରୀ । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ଧରି ମୁଁ ଭାଜପାକୁ ସର୍ବସ୍ବ ଦେଇଛି। ହେଲେ ସେବା କରିବାର ଇଚ୍ଛାକୁ ଭାଜପା ପୂରଣ କରିବାକୁ […] The post ବିଜେଡିରୁ ଲଢିବେ ଲେଖାଶ୍ରୀ, ଦଳରେ ଯୋଗଦେଇ ଏମିତି କହିଲେ… appeared first on Dharitri Odia News.
ଭୁବନେଶ୍ୱର,୭।୪: ଶଙ୍ଖ ଫୁଙ୍ଖିଲେ ଲେଖାଶ୍ରୀ । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ଧରି ମୁଁ ଭାଜପାକୁ ସର୍ବସ୍ବ ଦେଇଛି। ହେଲେ ସେବା କରିବାର ଇଚ୍ଛାକୁ ଭାଜପା ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲିନି। ମୋ ପାଇଁ ଭାଜପାରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢିବା ପାଇଁ ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।
The post ବିଜେଡିରୁ ଲଢିବେ ଲେଖାଶ୍ରୀ, ଦଳରେ ଯୋଗଦେଇ ଏମିତି କହିଲେ… appeared first on Dharitri Odia News.