ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ
ନୂଆଦିଲ୍ଲୀ,୨।୫: ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, କେସରଗଞ୍ଜରୁ ବ୍ରିଜ ଭୂଷଣ ସିଂଙ୍କୁ ଭାଜପା ଟିକେଟ ଦେବ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଲକ୍ଷ୍ନୌ ଗସ୍ତରେ ଅଛନ୍ତି ଏବଂ ଫୋନରେ ବ୍ରିଜ ଭୂଷଣଙ୍କୁ ଡାକିବେ କିମ୍ବା କଥା ହେବେ ଏବଂ ତାଙ୍କୁ କହିବେ ଯେ ଏଥର ତାଙ୍କୁ ଟିକେଟ ଦିଆଯିବ ନାହିଁ, କିନ୍ତୁ ତାଙ୍କ ସହମତି କ୍ରମେ ସେ […] The post ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ appeared first on Dharitri Odia News.
ନୂଆଦିଲ୍ଲୀ,୨।୫: ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, କେସରଗଞ୍ଜରୁ ବ୍ରିଜ ଭୂଷଣ ସିଂଙ୍କୁ ଭାଜପା ଟିକେଟ ଦେବ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଲକ୍ଷ୍ନୌ ଗସ୍ତରେ ଅଛନ୍ତି ଏବଂ ଫୋନରେ ବ୍ରିଜ ଭୂଷଣଙ୍କୁ ଡାକିବେ କିମ୍ବା କଥା ହେବେ ଏବଂ ତାଙ୍କୁ କହିବେ ଯେ ଏଥର ତାଙ୍କୁ ଟିକେଟ ଦିଆଯିବ ନାହିଁ, କିନ୍ତୁ ତାଙ୍କ ସହମତି କ୍ରମେ ସେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ ଦେବାକୁ ଚାହାଁନ୍ତି।
ସୂଚନାଯୋଗ୍ୟ, ଭାଜପା ଏମପି ତଥା ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ହେବା ପରେ ଅଡୁଆରେ ପଡ଼ିଛନ୍ତି। ଦଳ ତାଙ୍କୁ କେସିଆରଗଞ୍ଜ ଆସନରୁ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ନ ଦେବା ନେଇ ଆରମ୍ଭରୁ କଳ୍ପନାଜଳ୍ପନା ଚାଲିଥିଲା। ବର୍ତ୍ତମାନ ସୂତ୍ର ଏହା ନିଶ୍ଚିତ କରୁଛି ଏବଂ ତାଙ୍କୁ ସ୍ପଷ୍ଟ ଭାବେ କୁହାଯାଉଛି ଯେ ତାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯିବ ନାହିଁ।
ଅନ୍ୟପକ୍ଷରେ ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଶିବିରରେ ତାଙ୍କ ସାନ ପୁଅ ତଥା ଉତ୍ତରପ୍ରଦେଶ ରେସଲିଂ ଆସୋସିଏସନ ସଭାପତି କରଣ ଭୂଷଣ ଶରଣ ସିଂଙ୍କ ନାମ ଚର୍ଚ୍ଚାରେ ରହିଛି। ତାଙ୍କ ନାମ ସୋସିଆଲ ମିଡିଆରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଭାଇରାଲ ହେବାରେ ଲାଗିଛି।
The post ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ appeared first on Dharitri Odia News.