ବିଜେଡିରେ କୁହୁଳୁଛି ଅସନ୍ତୋଷ: ଦଳରେ ତେଜୁଛି ନେତାଙ୍କ କଳି, ପାଣ୍ଡିଆନଙ୍କୁ ନେଇ ବୟାନବାଜି
କନକ ବ୍ୟୁରୋ: ବିଜୁ ଜନତା ଦଳରେ ତେଜୁଛି ନେତାଙ୍କ କଳି। ପ୍ରତିଦିନ ଦଳର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ନେଇ ସାମ୍ନାକୁ ଆସୁଛନ୍ତି। ଗୋଟିଏ ଗୋଷ୍ଠୀ ବିଜେଡି ପରାଜୟ ପାଇଁ କେବଳ ପାଣ୍ଡିଆନ ଓ ବବି ଦାୟୀ ବୋଲି କହୁଥିବାବେଳେ, ଆଉଗୋଟିଏ ଗୋଷ୍ଠୀ ତତକ୍ଷଣାତ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି। ଏସବୁ ଭିତରେ ଗତକାଲି ଦେବାଶିଷ ସାମନ୍ତରାୟ, ସମ୍ୱିତ ଓ ପ୍ରଭାତଙ୍କ ଉପରେ ବର୍ଷିଥିଲେ। ଯାହାକୁ ନେଇ ଆଜି ବର୍ଷିଛନ୍ତି ଦାମଙ୍କ ପୁଅ ସମ୍ୱିତ […] The post ବିଜେଡିରେ କୁହୁଳୁଛି ଅସନ୍ତୋଷ: ଦଳରେ ତେଜୁଛି ନେତାଙ୍କ କଳି, ପାଣ୍ଡିଆନଙ୍କୁ ନେଇ ବୟାନବାଜି first appeared on Kanak News.

କନକ ବ୍ୟୁରୋ: ବିଜୁ ଜନତା ଦଳରେ ତେଜୁଛି ନେତାଙ୍କ କଳି। ପ୍ରତିଦିନ ଦଳର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ନେଇ ସାମ୍ନାକୁ ଆସୁଛନ୍ତି। ଗୋଟିଏ ଗୋଷ୍ଠୀ ବିଜେଡି ପରାଜୟ ପାଇଁ କେବଳ ପାଣ୍ଡିଆନ ଓ ବବି ଦାୟୀ ବୋଲି କହୁଥିବାବେଳେ, ଆଉଗୋଟିଏ ଗୋଷ୍ଠୀ ତତକ୍ଷଣାତ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି। ଏସବୁ ଭିତରେ ଗତକାଲି ଦେବାଶିଷ ସାମନ୍ତରାୟ, ସମ୍ୱିତ ଓ ପ୍ରଭାତଙ୍କ ଉପରେ ବର୍ଷିଥିଲେ। ଯାହାକୁ ନେଇ ଆଜି ବର୍ଷିଛନ୍ତି ଦାମଙ୍କ ପୁଅ ସମ୍ୱିତ ରାଉରରାୟ।
ଅତ୍ୟଧିକ ଶୃଙ୍ଖଳା ଥିବା ବିଜେଡିରେ ତେଜୁଛି ଅସନ୍ତୋଷର ନିଆଁ । ଜଣକ ପରେ ଜଣେ ନେତା ଗଣମାଧ୍ୟମରେ ବୟାନ ରଖି ପରସ୍ପରକୁ ଆକ୍ଷେପ ଓ ପ୍ରତି ଆକ୍ଷେପ କରୁଛନ୍ତି । କିଏ ପାଣ୍ଡିଆନ ତ ଆଉକିଏ ପ୍ରଣବ ପ୍ରକାଶଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ପରାଜୟର କାରଣ ଖୋଜିଲାବେଳେ, ପରସ୍ପରକୁ ଦୋଷ ଦେବାର ସବୁ ସୀମା ଟପିଯାଉଛନ୍ତି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଟିପ୍ପଣୀକୁ ନେଇ ବର୍ଷିଛନ୍ତି ଦାମଙ୍କ ପୁଅ ସମ୍ୱିତ ରାଉରରାୟ। ୨୦୧୯ରେ ନୂଆକରି ମୈଦନାକୁ ଆସିଥିବା ନେତା ମଧ୍ୟ ଜିତୁଥିବା ବେଳେ, ଦେବାଶିଷ କେମିତି ହାରିଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସମ୍ୱିତ। ୨୦୨୪ ନିର୍ବାଚନରେ ଦେବାଶିଷ ତାଙ୍କ ବିରୋଧରେ ଖୋଲାଖୋଲି ପ୍ରଚାର କଲେ ବୋଲି ମଧ୍ୟ ସାଂଘାତିକ ଅଭିଯୋଗ କରିଛନ୍ତି।
ଗତକାଲି ଦେବାଶିଷ ସାମନ୍ତରାୟ ସମ୍ୱିତ ଓ ପ୍ରଭାତଙ୍କ ଉପରେ ବର୍ଷିଥିଲେ। କହିଥିଲେ ବବି ଓ ପାଣ୍ଡିଆନଙ୍କ ବିରୋଧରେ କହିବାକୁ ପ୍ରଭାତ କିଏ? ସିବିଆଇରୁ ବର୍ତ୍ତିବା ପାଇଁ ହୁଏତ ଅନ୍ୟ କେଉଁ ଦଳକୁ ଢଳୁଛନ୍ତି ପ୍ରଭାତ। ପ୍ରତ୍ୟେକ ଦିନ ବିଜେଡି ନେତାଙ୍କ ବିସ୍ଫୋରଣ ଥମିମା ପରିବର୍ତ୍ତେ ଆହୁରି ଉଗ୍ର ହେଉଛି । ଗୋଟିଏ ଗୋଷ୍ଠୀ ବିଜେଡି ପରାଜୟ ପାଇଁ କେବଳ ପାଣ୍ଡିଆନ ଓ ବବି ଦାୟୀ ବୋଲି କହୁଥିବାବେଳେ, ଆଉଗୋଟିଏ ଗୋଷ୍ଠୀ ତତକ୍ଷଣାତ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି ।
କୁହାଯାଉଛି ଗୋଟିଏ ସପ୍ତାହ ଭିତରେ ବିଜେଡିର ବିଭିନ୍ନ କମିଟିର ପଦାଧିକାରୀଙ୍କ ତାଲିକା ପ୍ରକାଶ କରିବେ ଦଳର ସୁପ୍ରିମୋ । ଆଉ ତା ପୂର୍ବରୁ ନେତାଙ୍କ ଖୁଲମଖୁଲା ବୟାନ ଦଳକୁ ଆହୁରୀ ଅଧିକ କ୍ଷତି ପହଞ୍ଚାଉଛି ।
The post ବିଜେଡିରେ କୁହୁଳୁଛି ଅସନ୍ତୋଷ: ଦଳରେ ତେଜୁଛି ନେତାଙ୍କ କଳି, ପାଣ୍ଡିଆନଙ୍କୁ ନେଇ ବୟାନବାଜି first appeared on Kanak News.