ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!
ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ […] The post ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ! appeared first on Dharitri Odia News.
ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ।
ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ ମିଳିବ ଟିକେଟ ଏବଂ କିଏ ବାଦ ପଡ଼ିବେ ସେନେଇ ନେତା ଓ ସେମାନଙ୍କ ସମର୍ଥକମାନେ ଚିନ୍ତାରେ ରହିଛନ୍ତି। ତେବେ ଯାଜପୁର ବିଧାନସଭା ଆସନରେ ଚର୍ଚ୍ଚାରେ ନ ଥିବା ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଏହାକୁ ଅନେକେ ଡମି ପ୍ରାର୍ଥୀ ବୋଲି ଆଲୋଚନା କରୁଛନ୍ତି।
ଏହିକ୍ରମରେ କୋରେଇରେ ଟିକେଟ ଦୌଡ଼ରେ ଥିବା ବିଧାୟକ ଅଶୋକ ବଳ ଏବଂ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ବଳି ପଡ଼ିପାରନ୍ତି। ଏଥିଯୋଗୁ ଆକାଶ ବିଜେଡି ଛାଡ଼ି ପଦ୍ମ ଧରିପାରନ୍ତି ଏବଂ ଭାଜପା ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନାଥାଉ କି, ୨୦୧୪ ସାଧାରଣ ନିର୍ବାଚନରେ ଅଭିନେତାରୁ ବିଜେଡି ନେତା ସାଜି ଆକାଶ ପ୍ରଥମ ଥର କୋରେଇ ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା। ତେଣୁ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା।
The post ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ! appeared first on Dharitri Odia News.