ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ
କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)। ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ପ୍ରଶାସନର ବେପରୁଆ ପାଇଁ ନିରୀହ ଛାତ୍ରଙ୍କ ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କଟକ […] The post ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ appeared first on Dharitri Odia News.
କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)। ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ପ୍ରଶାସନର ବେପରୁଆ ପାଇଁ ନିରୀହ ଛାତ୍ରଙ୍କ ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୋମବାର ତଦନ୍ତ ନିଦ୍ଦେଶ ଦେଇଛନ୍ତି। ଏପରିକି ତହସିଲଦାର ଏବଂ ଟିପିସିଓଡିଏଲ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କାହା ଜାଣତରେ ଅଘଟଣ ଘଟିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ଲେକାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ବିଶ୍ୱପ୍ରକାଶ କଟକରେ ଥିବା ଏକ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲେ। ଛୁଟି ପରେ ରବିବାର ତାଙ୍କୁ ପରିବାର ଲୋକ କଟକରେ ଆଣି ଛାଡ଼ିଥିଲେ। ସେ ତାଙ୍କ ଅନ୍ୟ କିଛି ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ତଳ ପଡ଼ିଆ ବୁଲିବା ପରେ ସେ ରିଂ ବନ୍ଧକୁ ଉଠିଥିଲେ। ରାତି ପ୍ରାୟ ୯ଟାରୁ ୯ଟା ୧୫ ମଧ୍ୟରେ ବିଶ୍ୱପ୍ରକାଶ ଓ ତାଙ୍କ କିଛି ସାଙ୍ଗ ରିଂ ବନ୍ଧର ଗୋଟିଏ ପଟରାସ୍ତାରୁ ଆରପଟକୁ ଯିବା ପାଇଁ ଦୁଇ ରାସ୍ତା ମଝିରେ ଥିବା ଡିଭାଇଡରକୁ ଡେଉଁଥିଲେ।
ପୂର୍ବରୁ ସେଠାରେ ବାଲିଯାତ୍ରା ପାଇଁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ ଲାଗିଛିି। ଲିଚୁ ତାର ଝୁଲି ରହିଛି। ବିଶ୍ୱପ୍ରକାଶ ରାସ୍ତା ଅତିକ୍ରମ କଲା ବେଳେ ଲିଚୁ ତାରକୁ ଧରି ପକାଇବାରୁ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଡିଭାଇଡରରେ ଲୁହାବାଡ଼ ଥିବାରୁ ସେ ଲୁହା ଭିତରେ ବିଶ୍ୱ ଛନ୍ଦି ହୋଇ ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଉପସ୍ଥିତ ଲୋକେ ପାଟି କରିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ତାରକୁ ବିଶ୍ୱପ୍ରକାଶଙ୍କ ହାତରୁ କଢ଼ାଯାଇଥିଲା। ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ।
ଏକ ଆମ୍ବୁଲାନ୍ସ ଯୋଗେ ବିଶ୍ୱଙ୍କୁ ଏସ୍ସିବି ନିଆଗଲା। ସେଠାରେ ଡାକ୍ତର ବିଶ୍ୱପ୍ରକାଶଙ୍କ ‘ଇସିଜି’ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।
ଏହା ଜାଣି ବିଶ୍ୱପ୍ରକାଶଙ୍କ ପରିବାର ଲୋକ ଓ କଲେଜ କର୍ତ୍ତୃପକ୍ଷ ସୂଚନା ପାଇ ଏସ୍ସିବିରେ ପହଞ୍ଚି ଥିଲେ। କେଉଁ ପରିସ୍ଥିତିରେ ବିଶ୍ୱପ୍ରକାଶ ନିଜ କଲେଜରୁ ବାହାରି ବାଲିଯାତ୍ରା ବୁଲିବାକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସାଜସଜ୍ଜା ନାଁରେ ପ୍ରଶାସନ ଏଭଳି ଅସୁରକ୍ଷିତ ତଥା ବେପରୁଆ ମନୋଭାବକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
The post ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ appeared first on Dharitri Odia News.