ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର। କିଛି ସମୟ ପୂର୍ବରୁ ଭାଜପା ଛାଡ଼ିଥିଲେ ଲେଖାଶ୍ରୀ। ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନାଙ୍କ ଉପସ୍ଥିତି ରହିଥିଲେ। ଲେଖାଶ୍ରୀ ତାଙ୍କ ଇସ୍ତଫାପାତ୍ରରେ ନିଜର କ୍ଷୋବ ପ୍ରକାଶ କରିଥିଲେ। ସେ ଇସ୍ତଫାପତ୍ରରେ ଲେଖିଛନ୍ତି, ଶୀର୍ଷ ନେତୃତ୍ୱଙ୍କର ବିଶ୍ବାସଭାଜନ ହୋଇପାରିନି। ଗତ […] The post ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର appeared first on Dharitri Odia News.

ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର। କିଛି ସମୟ ପୂର୍ବରୁ ଭାଜପା ଛାଡ଼ିଥିଲେ ଲେଖାଶ୍ରୀ। ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନାଙ୍କ ଉପସ୍ଥିତି ରହିଥିଲେ।

ଲେଖାଶ୍ରୀ ତାଙ୍କ ଇସ୍ତଫାପାତ୍ରରେ ନିଜର କ୍ଷୋବ ପ୍ରକାଶ କରିଥିଲେ। ସେ ଇସ୍ତଫାପତ୍ରରେ ଲେଖିଛନ୍ତି, ଶୀର୍ଷ ନେତୃତ୍ୱଙ୍କର ବିଶ୍ବାସଭାଜନ ହୋଇପାରିନି। ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓ ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।

The post ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର appeared first on Dharitri Odia News.