ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ ଶୋଭାଯାତ୍ରା ତେଲକୋଇ ବ୍ଲକ ମୂଖ୍ୟାଳୟର ସହିଦ ବିର୍ସା ମୁଣ୍ଡା ଛକ ଠାରୁ ବାହାରି ତେଲକୋଇ ବଜାର ଦେଇ ହାଲପୋଡି ଏବଂ କତରାପାଲି ଦେଇ ପୁଣି ବିର୍ସା ମୁଣ୍ଡା ଛକ ଠାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧି ହରିହର ପ୍ରଧାନ, ବିଧାୟକ ପ୍ରତିନିଧି ପଦ୍ମଲୋଚନ ସାହୁ, ଜିଲ୍ଲା […]

ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ ଶୋଭାଯାତ୍ରା ତେଲକୋଇ ବ୍ଲକ ମୂଖ୍ୟାଳୟର ସହିଦ ବିର୍ସା ମୁଣ୍ଡା ଛକ ଠାରୁ ବାହାରି ତେଲକୋଇ ବଜାର ଦେଇ ହାଲପୋଡି ଏବଂ କତରାପାଲି ଦେଇ ପୁଣି ବିର୍ସା ମୁଣ୍ଡା ଛକ ଠାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧି ହରିହର ପ୍ରଧାନ, ବିଧାୟକ ପ୍ରତିନିଧି ପଦ୍ମଲୋଚନ ସାହୁ, ଜିଲ୍ଲା ଉପସଭାପତି ଉଦୟ କୁମାର ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଚ୍ଚିଦାନନ୍ଦ ବେହେରା, ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁ ଓ ପାଣ୍ଡବ ଚରଣ ମହାନ୍ତଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ। ତେଲକୋଇ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।