ବିଜେପି ପକ୍ଷରୁ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିସଭା

ଆଠଗଡ଼: ଆଠଗଡ ବିଜେପି ପକ୍ଷରୁ ବିଜେପିର ଦିବଂଗତ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ଏକ ସ୍ମୃତିସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଫଣୀଭୂଷଣ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆଠଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିବା ଅବସରରେ ସେ ଓଡିଶା ବିଜେପିର ପ୍ରମୁଖ ବିନ୍ଧାଣି ଥିଲେ ବୋଲି କହିଥିଲେ। ଆଠଗଡ଼ ଓ ତିଗିରିଆ ବ୍ଲକର ବରିଷ୍ଠ ବିଜେପି ନେତାମାନେ ଏଥିରେ ଯୋଗଦେଇ […]

ବିଜେପି ପକ୍ଷରୁ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିସଭା

ଆଠଗଡ଼: ଆଠଗଡ ବିଜେପି ପକ୍ଷରୁ ବିଜେପିର ଦିବଂଗତ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ଏକ ସ୍ମୃତିସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଫଣୀଭୂଷଣ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆଠଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିବା ଅବସରରେ ସେ ଓଡିଶା ବିଜେପିର ପ୍ରମୁଖ ବିନ୍ଧାଣି ଥିଲେ ବୋଲି କହିଥିଲେ। ଆଠଗଡ଼ ଓ ତିଗିରିଆ ବ୍ଲକର ବରିଷ୍ଠ ବିଜେପି ନେତାମାନେ ଏଥିରେ ଯୋଗଦେଇ ସ୍ବର୍ଗତ ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହିତ ବିଜେପି ଦଳ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଶୋକ ପ୍ରଧାନ, ମାନସ ନାୟକ, ସନ୍ତୋଷ ରାଉତ, ଅଶୋକ ରାଉଳ, ସନ୍ତୋଷ ପଟ୍ଟନାୟକ, ବିଚିତ୍ରାନନ୍ଦ ସେଠୀ, ବିଚିତ୍ରାନନ୍ଦ ଜେନା, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠୀ, ନୂତନ ରାଉତ,ଇଲା ପଣ୍ଡା, ରସାନନ୍ଦ ସାହୁ, ସୁନୀଲ ସୂତାର ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଆଇନଜୀବୀ ହରେକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।