ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ
ଚାନ୍ଦବାଲି : ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲା। ବନ୍ଧା ହେଲେ ଆଉ ୫ ଅଭିଯୁକ୍ତ I ବାଂଶଡା ପୋଲିସ ଆଉ ୫ ଅଭିଯୁକ୍ତଂକୁ ଗିରଫ କରିବା ପରେ ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକଙ୍କୁ ପୋଲିସ ଏଯାଏଁ ଗିରଫ କରାଯାଇ ନଥିବାରୁ ଅସନ୍ତୋଷ ବଢୁଛି I ସୂଚନାନୁସାରେ, ଗତ ୩୦ ତାରିଖ ନିର୍ବାଚନ ପ୍ରଚାର ଶେଷ […]

ଚାନ୍ଦବାଲି : ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲା। ବନ୍ଧା ହେଲେ ଆଉ ୫ ଅଭିଯୁକ୍ତ I ବାଂଶଡା ପୋଲିସ ଆଉ ୫ ଅଭିଯୁକ୍ତଂକୁ ଗିରଫ କରିବା ପରେ ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକଙ୍କୁ ପୋଲିସ ଏଯାଏଁ ଗିରଫ କରାଯାଇ ନଥିବାରୁ ଅସନ୍ତୋଷ ବଢୁଛି I
ସୂଚନାନୁସାରେ, ଗତ ୩୦ ତାରିଖ ନିର୍ବାଚନ ପ୍ରଚାର ଶେଷ ଦିନରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ଓ ତାଙ୍କ ଟିମ୍ ପ୍ରଚାର କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପ୍ରଚାରରେ ସାମିଲ ଥିବା କିଛି ବିଜେପି କର୍ମୀଙ୍କୁ ଆକ୍ରମଣକାରୀ ଅପହରଣ କରି ନେଇଥିବା ବିଜେପି ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ ହୋଇଥିଲା I ଏହି ଘଟଣାରେ ବିଜେଡିକୁ ନିଶାନା କରିଥିଲା ବିଜେପି। ସେପଟେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ତେବେ ପୁଲିସ ପୂର୍ବରୁ ଏଥିରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।