ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ, ବହୁ ବରିଷ୍ଠ ନେତା ଉପସ୍ଥିତ

ଭୁବନେଶ୍ୱର ୦୬।୦୮ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ । ରାଜ୍ୟର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି । ଆଜି ବସିଥିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ । ରାଜ୍ୟ ଏବଂ କେନ୍ଦ୍ର ବଜେଟକୁ କେମିତି ଲୋକଙ୍କ ପାଖରେ ପହଞ୍ଚାଯିବ ସେ ନେଇ ଚାଲିଛି ମାନସ ମନ୍ଥନ । ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଓଡ଼ିଶା ବିଷୟରେ ଆଲୋଚନା କରିଥିଲେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସମସ୍ତ ଓଡ଼ିଶା ସାଂସଦ । ଅନ୍ୟପଟେ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଦୁଇ ପ୍ରଭାରୀ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ, ବହୁ ବରିଷ୍ଠ ନେତା ଉପସ୍ଥିତ

ଭୁବନେଶ୍ୱର ୦୬।୦୮ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ । ରାଜ୍ୟର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି । 

ଆଜି ବସିଥିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ । ରାଜ୍ୟ ଏବଂ କେନ୍ଦ୍ର ବଜେଟକୁ କେମିତି ଲୋକଙ୍କ ପାଖରେ ପହଞ୍ଚାଯିବ ସେ ନେଇ ଚାଲିଛି ମାନସ ମନ୍ଥନ । ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଓଡ଼ିଶା ବିଷୟରେ ଆଲୋଚନା କରିଥିଲେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସମସ୍ତ ଓଡ଼ିଶା ସାଂସଦ । ଅନ୍ୟପଟେ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଦୁଇ ପ୍ରଭାରୀ ।