ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ କଟାକ୍ଷ କଲେ ପ୍ରସନ୍ନ ଆର୍ଚାଯ୍ୟ, କହିଲେ… ନାଁ ଓ ରଙ୍ଗ ବଦଳାଇବା…….

ଭୁବନେଶ୍ବର : ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଆସନ୍ତାମାସ ଅର୍ଥାତ ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର । ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର। ଆଉ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ […]

ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ କଟାକ୍ଷ କଲେ ପ୍ରସନ୍ନ ଆର୍ଚାଯ୍ୟ, କହିଲେ… ନାଁ ଓ ରଙ୍ଗ ବଦଳାଇବା…….
BJP government will celebrate failure year said Senior BJD MLA Prasanna Acharya

ଭୁବନେଶ୍ବର : ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଆସନ୍ତାମାସ ଅର୍ଥାତ ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର । ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର। ଆଉ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆର୍ଚାଯ୍ୟ।

ପ୍ରସନ୍ନ ଆର୍ଚାଯ୍ୟ କହିଛନ୍ତି ବିଜେପି ସରକାରର ବର୍ଷ ପୂର୍ତ୍ତି ଏକ ବିଫଳତାର ଉତ୍ସବ । ରାଜ୍ୟରେ ଆଇନ୍ ଶୁଙ୍ଖଳା ବିପର୍ଯ୍ୟସ୍ତ , ଅର୍ଥନୀତି ଭୁଷୁଡି ପଡିଛି, ଗାଁ ବିକାଶ ଧାରା ଠପ୍ । ଆଗରୁ ଯାହା ନବୀନ ପଟ୍ଟନାୟକ ସରକାର କରିଥିଲେ ସେତିକିରେ ଅଟକିଛି ବିକାଶ । ଗାଁରେ ରାସ୍ତାଘାଟ, ପୋଲ, କିଛି ହୋଇନାହିଁ । ବିଜେପି ସରକାର କୌଣସି କାର୍ଯ୍ୟ କରିନାହାନ୍ତି , କେବଳ ଫଳକ ଓ ଉଦଘାଟନରେ ମାତିଛନ୍ତି । ଆଉ କେବଳ ନବୀନ ସରକାର ସମୟରେ ହୋଇଥିବା ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିଛନ୍ତି ମୋହନ ସରକାର।  ଏହା କଣ ବିଜେପି ସରକାରଙ୍କ ସଫଳତା କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆର୍ଚାଯ୍ୟ।

ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅସଫଳ ହୋଇଛନ୍ତି ବିଜେପି ସରକାର । ବର୍ଷେ ଭିତରେ ଏ ସରକାର ମାର୍ଚ୍ଚ ସୁଦ୍ଧା ୪୭ ହଜାର କୋଟି ଋଣ କରିଛନ୍ତି। ରାଜ୍ୟର ବିକାଶ ତ ହୋଇନାହିଁ, କୁଆଡେ଼ ଗଲା ସେ ପଇସା । ଓଡିଶାବାସୀଙ୍କ ମୁଣ୍ଡରେ ଋଣ ଭାର ବଢି ବଢି ଚାଲିଛି। ତେଣୁ ବିଫଳତାର ବର୍ଷରେ ସଫଳତାରେ ଗାଥା ବିଜେପିର ଡବଲ ଇଞ୍ଜିନ ସରକାର ଗାଇବ ବୋଲି କହି କଟାକ୍ଷ କରିଛନ୍ତି ପ୍ରସନ୍ନ ଆର୍ଚାଯ୍ୟ।