ବିଜେପିର ଜାମ୍ମୁ କାଶ୍ମୀର ପ୍ରାର୍ଥୀ ଟ୍ବିଷ୍ଟ,ନୂଆ ତାଲିକାରେ ୧୫ ଜଣଙ୍କୁ ଟିକେଟ୍
ଶ୍ରୀନଗର ୨୬/୮: ପାଖେଇ ଆସିଲାଣି ଜାମ୍ମୁ କାଶ୍ମୀର ନିର୍ବାଚନ । କାହାକୁ ଟିକେଟ ଦେବ କାହାକୁ କାଟିବ ତାକୁ ନେଇ ଦ୍ବନ୍ଦ୍ବରେ ବିଜେପି । ଦଳ ଭିତରେ ଚାଲିଛି ଫୁଲ୍ କସରତ । ଏସବୁ ଭିତରେ ପ୍ରଥମେ ପ୍ରାର୍ଥୀ ତାଲିକା ପ୍ରକାଶ କରି ପ୍ରତ୍ୟାହାର କରିନେବା ପରେ ପୁଣି ନୂଆ ଲିଷ୍ଟ ଆସିଛି । ନୂଆ ତାଲିକାରେ କାଣ୍ଟଛାଣ୍ଟ କରି କେବଳ ୧୫ ଜଣଙ୍କୁ ଟିକେଟ ଦେଇଛି ବିଜେପି । ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ। ତିନୋଟି ଫେଜ୍ ପାଇଁ ଦଳ ୧୫,୧୦ ଓ ୧୯ କ୍ରମରେ ପ୍ରାର୍ଥୀ ଦେଇଥିଲା। ହେଲେ ଏହାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା। ନୂଆ ତାଲିକାରେ ୨୯ ଜଣ ବାଦ୍ ପଡିଛନ୍ତି। ପୁଣି ଥରେ ତାଲିକା ପ୍ରକାଶ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଛି । ତେବେ ଏସବୁ ପଛର କ'ଣ କାରଣ ? ଦଳ ସ୍ପଷ୍ଟ କରିନି। ଏବେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବାକି ତାଲିକା ପରବର୍ତ୍ତୀ ସମୟ ବିଜେପି ଘୋଷଣା କରିପାରେ।ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ହେବ। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍।
ଶ୍ରୀନଗର ୨୬/୮: ପାଖେଇ ଆସିଲାଣି ଜାମ୍ମୁ କାଶ୍ମୀର ନିର୍ବାଚନ । କାହାକୁ ଟିକେଟ ଦେବ କାହାକୁ କାଟିବ ତାକୁ ନେଇ ଦ୍ବନ୍ଦ୍ବରେ ବିଜେପି । ଦଳ ଭିତରେ ଚାଲିଛି ଫୁଲ୍ କସରତ । ଏସବୁ ଭିତରେ ପ୍ରଥମେ ପ୍ରାର୍ଥୀ ତାଲିକା ପ୍ରକାଶ କରି ପ୍ରତ୍ୟାହାର କରିନେବା ପରେ ପୁଣି ନୂଆ ଲିଷ୍ଟ ଆସିଛି । ନୂଆ ତାଲିକାରେ କାଣ୍ଟଛାଣ୍ଟ କରି କେବଳ ୧୫ ଜଣଙ୍କୁ ଟିକେଟ ଦେଇଛି ବିଜେପି ।
ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ। ତିନୋଟି ଫେଜ୍ ପାଇଁ ଦଳ ୧୫,୧୦ ଓ ୧୯ କ୍ରମରେ ପ୍ରାର୍ଥୀ ଦେଇଥିଲା। ହେଲେ ଏହାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା। ନୂଆ ତାଲିକାରେ ୨୯ ଜଣ ବାଦ୍ ପଡିଛନ୍ତି। ପୁଣି ଥରେ ତାଲିକା ପ୍ରକାଶ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଛି । ତେବେ ଏସବୁ ପଛର କ'ଣ କାରଣ ? ଦଳ ସ୍ପଷ୍ଟ କରିନି। ଏବେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବାକି ତାଲିକା ପରବର୍ତ୍ତୀ ସମୟ ବିଜେପି ଘୋଷଣା କରିପାରେ।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ହେବ। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍।