ବିଜେପିର ମାଷ୍ଟରଷ୍ଟ୍ରୋକ୍, ଖୁବଶୀଘ୍ର ପଦ୍ମ ଧରିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ ୨୭।୦୮ : ସବୁ ଚର୍ଚ୍ଚାରେ ହେଲା ଅନ୍ତ । ଖୁବଶୀଘ୍ର ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ସାକ୍ଷାତ ପରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ ଜରିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଚମ୍ପାଇ ସୋରେନ୍ ସୋମବାର ଦିନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉପସ୍ଥିତ ରହିଥିଲେ । ଏହି ବୈଠକ ପରେ ହିମନ୍ତ ବିଶ୍ୱଶର୍ମା ନିଜ ‘X’ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ଗୃହମନ୍ତ୍ରୀ ଅମିତ ଶାହ, ହିମନ୍ତ ବିଶ୍ୱଶର୍ମା ଥିବାର ଦେଖିବାକୁ ମିଳିଛି । ଏହାସହିତ ଆସନ୍ତା ୩୦ ତାରିଖରେ ସେ ବିଜେପିରେ ସାମିଲ ହେବେ । ରାଞ୍ଚିରେ ଆୟୋଜିତ ହେବାକୁ ଥିବା ଏକ ସଭାରେ ଚମ୍ପାଇ ସୋରେନ୍ ଆଧିକାରୀକ ଭାବେ ବିଜେପିରେ ମିଶିବେ। ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ଙ୍କୁ ଦଳ ଅପମାନିତ କରିଥିବା ଅଭିଯୋଗ ଆସିଥିଲା । ଯାହାପରେ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଏପିରିକି ସେ ନୂଆ ଦଳ ଗଢିବା ନେଇ ବି ଆଲୋଚନା ହେଉଥିଲା । ଏସବୁ ଭିତରେ ଦଳର ବିଧାୟକଙ୍
ନୂଆଦିଲ୍ଲୀ ୨୭।୦୮ : ସବୁ ଚର୍ଚ୍ଚାରେ ହେଲା ଅନ୍ତ । ଖୁବଶୀଘ୍ର ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ସାକ୍ଷାତ ପରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ ଜରିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ଚମ୍ପାଇ ସୋରେନ୍ ସୋମବାର ଦିନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉପସ୍ଥିତ ରହିଥିଲେ । ଏହି ବୈଠକ ପରେ ହିମନ୍ତ ବିଶ୍ୱଶର୍ମା ନିଜ ‘X’ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ଗୃହମନ୍ତ୍ରୀ ଅମିତ ଶାହ, ହିମନ୍ତ ବିଶ୍ୱଶର୍ମା ଥିବାର ଦେଖିବାକୁ ମିଳିଛି । ଏହାସହିତ ଆସନ୍ତା ୩୦ ତାରିଖରେ ସେ ବିଜେପିରେ ସାମିଲ ହେବେ । ରାଞ୍ଚିରେ ଆୟୋଜିତ ହେବାକୁ ଥିବା ଏକ ସଭାରେ ଚମ୍ପାଇ ସୋରେନ୍ ଆଧିକାରୀକ ଭାବେ ବିଜେପିରେ ମିଶିବେ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ଙ୍କୁ ଦଳ ଅପମାନିତ କରିଥିବା ଅଭିଯୋଗ ଆସିଥିଲା । ଯାହାପରେ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଏପିରିକି ସେ ନୂଆ ଦଳ ଗଢିବା ନେଇ ବି ଆଲୋଚନା ହେଉଥିଲା । ଏସବୁ ଭିତରେ ଦଳର ବିଧାୟକଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ ଚମ୍ପାଇ ସୋରେନ୍ । ତେଣୁ ବିଜେପିରେ ମିଶିବା ନେଇ ଆଶଙ୍କା କରାଯାଉଥିଲା । ଯାହା ଏବେ ସ୍ପଷ୍ଟ ହୋଇଛି ।