ବିଜେପିର ସାଂଘାତିକ ଅଭିଯୋଗ; ସୋରେନ୍‌ଙ୍କ ଗାଏବ ହେବା ପଛରେ ରହିଛି କେଜ୍ରିୱାଲଙ୍କ ହାତ

ହେମନ୍ତ ସୋରେନଙ୍କ ଗାଏବ ହେବା ପଛରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାତ ଥିବା ପରି ସାଂଘାତିକ ଅଭିଯୋଗ କରିଛି ବିଜେପି। ଏପରିକି କେଜ୍ରିୱାଲ ହିଁ ଏସକର୍ଟ କରି ସୋରେନଙ୍କୁ ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ବିଜେପିର ସାଂଘାତିକ ଅଭିଯୋଗ; ସୋରେନ୍‌ଙ୍କ ଗାଏବ ହେବା ପଛରେ ରହିଛି କେଜ୍ରିୱାଲଙ୍କ ହାତ

ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗତ ସୋମବାରଠୁ ଗାଏବ ଥିବା ବେଳେ ଗତକାଲି ରାଞ୍ଚିରେ ହଠାତ୍‌ ଆବିର୍ଭାବ ହୋଇଥିଲେ। ହେମନ୍ତ ସୋରେନଙ୍କ ଗାଏବ ହେବା ପଛରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାତ ଥିବା ପରି ସାଂଘାତିକ ଅଭିଯୋଗ କରିଛି ବିଜେପି। ଏପରିକି କେଜ୍ରିୱାଲ ହିଁ ଏସକର୍ଟ କରି ସୋରେନଙ୍କୁ ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ହେମନ୍ତ ସୋରେନ ଦିଲ୍ଲୀରୁ ଗାଏବ ହୋଇ ରାଞ୍ଚିରେ ପହଞ୍ଚିବା ପଛରେ କେଜ୍ରିୱାଲଙ୍କ ହାତ ରହିଛି । ତେଣୁ ଉଭୟ ନେତାଙ୍କୁ ଚୋର ବୋଲି କହିବାକୁ କରିବାକୁ ପଛାଇ ନାହାନ୍ତି ବିଜେପି ନେତା ନିଶିକାନ୍ତ ଦୁବେ ।

ଏନେଇ ନିଶିକାନ୍ତ ଦୁବେ ଟ୍ୱିଟ କରି କହିଛନ୍ତି, କେଜ୍ରିୱାଲ ବାରଣାସୀ ପର୍ଯ୍ୟନ୍ତ ସୋରେନ୍‌ଙ୍କୁ ଏସକର୍ଟ କରିଥିବା ବେଳେ ସେଠାରୁ ରାଞ୍ଚି ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଝାଡ଼ଖଣ୍ଡ ମନ୍ତ୍ରୀ ମିଥିଲେଶ ଠାକୁର ସୋରେନଙ୍କୁ ସାହାଯ୍ୟ କରିଥିଲେ।

ଗତ ସୋମବାର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋରେନ୍‌ଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ ଇଡି ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରହିଥିବା ବେଳେ ସୋରେନଙ୍କ ଦେଖାଦର୍ଶନ ମିଳି ନ ଥିଲା। ଏହି ସମୟରେ ଦିଲ୍ଲୀ ଘରେ ଚଢ଼ାଉ କରି ଇଡି କିଛି ନଗଦ ୩୬ ଲକ୍ଷ ଟଙ୍କା, ୨ଟି ବିଏମ୍‌ଡବ୍ଲୁ କାର୍‌ ଓ ଅନେକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଥିଲଶ। ଉକ୍ତ ସମୟରେ ସୋରେନ୍‌ ନିଜ ଝାଡଖଣ୍ଡ ବାସଭବନରେ ବି ନ ଥିଲେ । ତାଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପତ୍ତା ମିଳି ନ ଥିଲା। ଏହାପରେ ଗତକାଲି ହଠାତ୍‌ ସୋରେନ୍‌ ରାଞ୍ଚିରେ ଆର୍ବିଭାବ ହୋଇଥିଲେ।

ରାଞ୍ଚିରେ ପହଞ୍ଚିବା ପରେ ସୋରେନ ଶାସକ ଦଳର ସମସ୍ତ ବିଧାୟକଙ୍କ ବୈଠକ କରିଥିଲେ। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ। 

ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ଆଜି ଇଡି ସୋରେନ୍‌ଙ୍କୁ ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି।