ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଫୁଲବାଣୀ: ବିଜେପି ଦଳର ଜଣେ ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ନାରାୟଣ ବେହେରା ଲିଖିତ ଭାବରେ ନିଜର ଇସ୍ତଫା ପତ୍ର ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ସଭାପତି ମନମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି। ସତ୍ୟ ନାରାୟଣ ବେହେରା ଦୀର୍ଘ ଦିନ ଧରି ବିଜେପି ପାର୍ଟିରେ ରହି ଲୋକଙ୍କ ପାଇଁ କାମ କରି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେ ନିଜ ଇସ୍ତଫା ପତ୍ରରେ […]

ଫୁଲବାଣୀ: ବିଜେପି ଦଳର ଜଣେ ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ନାରାୟଣ ବେହେରା ଲିଖିତ ଭାବରେ ନିଜର ଇସ୍ତଫା ପତ୍ର ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ସଭାପତି ମନମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି। ସତ୍ୟ ନାରାୟଣ ବେହେରା ଦୀର୍ଘ ଦିନ ଧରି ବିଜେପି ପାର୍ଟିରେ ରହି ଲୋକଙ୍କ ପାଇଁ କାମ କରି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେ ନିଜ ଇସ୍ତଫା ପତ୍ରରେ ଗତ ଚାରିବର୍ଷ ହେବ ତାଙ୍କୁ ଦଳରେ କୌଣସି ଆବଶ୍ୟକ ନଥିବା ଭଳି ହୃଦୟଙ୍ଗମ କରି ଦଳରୁ ଇସ୍ତଫା ଦେଇଥିବା କଥା ଲେଖି ଇସ୍ତଫା ପତ୍ର ପଠାଇଛନ୍ତି।