ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ, କେଉଁଠୁ ଲଢିବେ ବଢିଲା ଚର୍ଚ୍ଚା ?

ନୂଆଦିଲ୍ଲୀ ୨୮/୦୩: ଅନେକ କଳ୍ପନା ଜଳ୍ପନାର ଅନ୍ତ । ଶେଷରେ ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ଯାଇ ସେ ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି । ଭର୍ତ୍ତୃହରିଙ୍କ ସହ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବି ବିଜେପିରେ ସାମିଲ ହୋଇଛନ୍ତି । ସୂଚନା ଥାଉକି, ସାଂସଦ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । କହିବାକୁ ଗଲେ ଭର୍ତ୍ତୃହରିଙ୍କୁ ବିଜେପି କଟକରୁ ଲୋକସଭା ପ୍ରାର୍ଥୀ କରିପାରେ । ଶ୍ରୀ ମହତାବ କଟକରୁ ୬ ଥର ସାଂସଦ ଭାବେ ଜିତି ଆସୁଛନ୍ତି । ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି । #WATCH | Delhi: Bhartruhari Mahtab joins the BJP. The MP from Cuttack resigned from the BJD on March 22. pic.twitter.com/1X8d8NFT0P— ANI (@ANI) March 28, 2024ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ବିଜେଡି ଛାଡିବା ପରେ ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍

ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ, କେଉଁଠୁ ଲଢିବେ ବଢିଲା ଚର୍ଚ୍ଚା ?

ନୂଆଦିଲ୍ଲୀ ୨୮/୦୩: ଅନେକ କଳ୍ପନା ଜଳ୍ପନାର ଅନ୍ତ । ଶେଷରେ ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ଯାଇ ସେ ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି । ଭର୍ତ୍ତୃହରିଙ୍କ ସହ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବି ବିଜେପିରେ ସାମିଲ ହୋଇଛନ୍ତି । 

ସୂଚନା ଥାଉକି, ସାଂସଦ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । କହିବାକୁ ଗଲେ ଭର୍ତ୍ତୃହରିଙ୍କୁ ବିଜେପି କଟକରୁ ଲୋକସଭା ପ୍ରାର୍ଥୀ କରିପାରେ । ଶ୍ରୀ ମହତାବ କଟକରୁ ୬ ଥର ସାଂସଦ ଭାବେ ଜିତି ଆସୁଛନ୍ତି । ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି । 


ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। 

ବିଜେଡି ଛାଡିବା ପରେ ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। 

ସେହିଭଳି ଅଭିନେତା ତଥା ପୂର୍ବତନ ସାଂସଦ ବି ବିଜେପିରେ ସାମିଲ ହୋଇଛନ୍ତି । ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ବିଜେଡି ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସେ କହିଥିଲେ । 

ତେବେ କିଛି ମାସ ତଳେ ସିଦ୍ଧାନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ। ହେଲେ ଏବେ ନିକଟରେ ସେ ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ପ୍ରତ୍ୟକ୍ଷରେ ନହେଲେ ବି ସେ ପରୋକ୍ଷରେ ବିଜେଡି ପ୍ରତି ଅସନ୍ତୁଷ୍ଟ ଥିଲେ । 

ସେହିଭଳି ବିଜେପିରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା । ସେ ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ "ଜିୱି ଝର୍ନା" ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ସେ ବାରିପଦା "ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ରୁ ଅଧ୍ୟକ୍ଷ ଭାବରେ ସ୍ଥାପିତ ଥିଲେ । ନିକଟରେ ସେଠାରୁ ଅବସର ନେଇଛନ୍ତି । ବେଦାଗ ଚେହେରା ଓ ସ୍ବଚ୍ଛ ଭାବମୁର୍ତ୍ତି ପାଇଁ ଦଳ ବାରିପଦା ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । 



ସୂଚନା ଥାଉକି, ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ୨୦୧୧ ମସିହାରୁ ସେ "କଦମ ଦାର" ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୨୦ଟି ଓ ଓଡ଼ିଆରେ ୮ଟି ବହି ରଚନା କରିଛନ୍ତି । ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।