ବିଜେପିରେ ଯୋଗଦାନ କଲେ ୪ ବରିଷ୍ଠ ଉଚ୍ଚ ଶିକ୍ଷିତ
ସମ୍ବଲପୁର:ରେଙ୍ଗାଲୀ ଠାରେ ଅନୁଷ୍ଠିତ ବିଜେପି ମହିଳା ଶକ୍ତିକେନ୍ଦ୍ର ବୈଠକ କାର୍ଯ୍ୟକ୍ରମରେ ଅଞ୍ଚଳର ୩ ବରିଷ୍ଠ ଓ ଉଚ୍ଚ ଶିକ୍ଷିତ ମହିଳା ବିଜେପିରେ ଯୋଗଦାନ କରିଛନ୍ତି।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନଙ୍କ ଯୋଗଦାନ ଫଳରେ ବିଜେପି ଶକ୍ତି ବୃଦ୍ଧି ହେବା ସହ ସମାଜରେ ଏକ ନୂତନ ପରିବର୍ତ୍ତନ ଆଣିବାକୁ ବିଜେପିରେ ସେମାନେ ଯୋଗଦେଇଥିବା ନେଇ ସୂଚନା ଦେଇଛନ୍ତି। ଆଜି ବିଜେପିରେ ଯୋଗଦାନ କରିଥିବା ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କମଲକୁମାରୀ ଦୋରା, ନିରୁପମା […] The post ବିଜେପିରେ ଯୋଗଦାନ କଲେ ୪ ବରିଷ୍ଠ ଉଚ୍ଚ ଶିକ୍ଷିତ appeared first on Odisha.News.
ସମ୍ବଲପୁର:ରେଙ୍ଗାଲୀ ଠାରେ ଅନୁଷ୍ଠିତ ବିଜେପି ମହିଳା ଶକ୍ତିକେନ୍ଦ୍ର ବୈଠକ କାର୍ଯ୍ୟକ୍ରମରେ ଅଞ୍ଚଳର ୩ ବରିଷ୍ଠ ଓ ଉଚ୍ଚ ଶିକ୍ଷିତ ମହିଳା ବିଜେପିରେ ଯୋଗଦାନ କରିଛନ୍ତି।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନଙ୍କ ଯୋଗଦାନ ଫଳରେ ବିଜେପି ଶକ୍ତି ବୃଦ୍ଧି ହେବା ସହ ସମାଜରେ ଏକ ନୂତନ ପରିବର୍ତ୍ତନ ଆଣିବାକୁ ବିଜେପିରେ ସେମାନେ ଯୋଗଦେଇଥିବା ନେଇ ସୂଚନା ଦେଇଛନ୍ତି। ଆଜି ବିଜେପିରେ ଯୋଗଦାନ କରିଥିବା ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କମଲକୁମାରୀ ଦୋରା, ନିରୁପମା ଦୀଖିତ, ଜୟନ୍ତି ପଣ୍ଡାଙ୍କ ସମେତ ରଞ୍ଜିତ ଦୋରା ରହିଛନ୍ତି। ଦଳରେ ନୂତନ ଭାବେ ଯୋଗଦାନ କରିଥିବା ୩ ନାରୀନେତ୍ରୀଙ୍କ ସହିତ ବରିଷ୍ଠ ନାଗରୀକଙ୍କୁ ବିଜେପିର ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡଃ.ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ଅନ୍ୟ ନେତୃବୃନ୍ଦ ଫୁଲତୋଡା ଓ ଦଳିୟ ଉତ୍ତରିୟ ପ୍ରଦାନ କରି ସ୍ୱାଗତ କରିଥିଲେ ।ଆଜି ବିଜେପିରେ ଯୋଗଦାନ କରିଥିବା ୪ ଉଚ୍ଚ ଶିକ୍ଷିତଙ୍କ ସମାଜରେ ଆଦର ରହିଥିବାରୁ ରେଙ୍ଗାଲିରେ ବିଜେପିର ଶକ୍ତି ବୃଦ୍ଧିରେ ସହାୟ ହୋଇପାରିବ ବୋଲି ସମସ୍ତଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଦେଖାଦେଇଛି।
The post ବିଜେପିରେ ଯୋଗଦାନ କଲେ ୪ ବରିଷ୍ଠ ଉଚ୍ଚ ଶିକ୍ଷିତ appeared first on Odisha.News.