‘ବିଜେପିରେ ସାମିଲ୍ ନହେଲେ ଗିରଫ’...ବୟାନକୁ ନେଇ ଆତିଶୀଙ୍କୁ ମାନହାନୀ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର । ‘ବିଜେପିରେ ସାମିଲ୍ ହୁଅ.. ନହେଲେ ବନ୍ଧା ହେବ’ ବୟାନକୁ ଆଇନଗତ ନୋଟିସ୍ ଜାରି କରିଛି ବିଜେପି । ଏହା ସହିତ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ଆତିଶୀଙ୍କୁ କହିଛି । ଭାରତୀୟ ଜନତା ପାର୍ଟି ବିରୋଧରେ ଆତିଶୀ ଅଭିଯୋଗ ଆଣିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । କାଲକାଜି ବିଧାୟକ ଆତିଶୀ ଆଭିଯୋଗ ଲଗାଇଥିଲେ, ଯେ ବିଜେପି ଏକ ସଂଦେଶ ମାଧ୍ୟମରେ ପଦ୍ମ ଦଳରେ ସାମିଲ୍ ହେବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲା । ଏଥିରେ ରାଜି ନହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ବୋଲି ଧମକ ମିଳିଥିଲା । ତେବେ ଏଭଳି ଅଭିଯୋଗ ବିଜେପି ଖଣ୍ଡନ କରିବା ସହିତ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛି । ଏହି ମୁଦ୍ଦାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ସାମ୍ବାଦିକ ସମ୍ମିଳନୀ କରିଥିଲା । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବ କହିଛନ୍ତି, ଦିଲ୍ଲୀ ବିଜେପି ପ୍ରଦେଶ ମୁଖ୍ୟ ମୁଖପାତ୍ର ପ୍ରବୀଣ ଶଙ୍କର କପୁର ଆତିଶୀଙ୍କ ବିରୋଧରେ ଏକ ମାନହାନୀ ନୋଟିସ୍ ପଠାଇଛନ୍ତି । ସଚଦେବ କହିଛନ୍ତି, ଦିଲ୍ଲୀ ମନ୍ତ୍ରୀ ଆତିଶୀ ବିଜେପି ବିରୋଧରେ ଚିରାଚରିତ ଭାବେ ଅଭିଯୋଗ ଲଗାଇ ଆସୁଛନ୍ତି। ସେ ମିଛ ଓ ମନଗଢ଼ା କାହାଣୀ କହିଛନ୍ତି । ଏହି ଅଭିଯୋଗରେ କୌଣସି ଠୋସ୍ ପ୍ରମାଣ ମଧ୍ୟ ନାହିଁ । ଆପ ନେତା

‘ବିଜେପିରେ ସାମିଲ୍ ନହେଲେ ଗିରଫ’...ବୟାନକୁ ନେଇ ଆତିଶୀଙ୍କୁ ମାନହାନୀ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର । ‘ବିଜେପିରେ ସାମିଲ୍ ହୁଅ.. ନହେଲେ ବନ୍ଧା ହେବ’ ବୟାନକୁ ଆଇନଗତ ନୋଟିସ୍ ଜାରି କରିଛି ବିଜେପି । ଏହା ସହିତ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ଆତିଶୀଙ୍କୁ କହିଛି । ଭାରତୀୟ ଜନତା ପାର୍ଟି ବିରୋଧରେ ଆତିଶୀ ଅଭିଯୋଗ ଆଣିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । କାଲକାଜି ବିଧାୟକ ଆତିଶୀ ଆଭିଯୋଗ ଲଗାଇଥିଲେ, ଯେ ବିଜେପି ଏକ ସଂଦେଶ ମାଧ୍ୟମରେ ପଦ୍ମ ଦଳରେ ସାମିଲ୍ ହେବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲା । ଏଥିରେ ରାଜି ନହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ବୋଲି ଧମକ ମିଳିଥିଲା । ତେବେ ଏଭଳି ଅଭିଯୋଗ ବିଜେପି ଖଣ୍ଡନ କରିବା ସହିତ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛି । 

ଏହି ମୁଦ୍ଦାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ସାମ୍ବାଦିକ ସମ୍ମିଳନୀ କରିଥିଲା । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବ କହିଛନ୍ତି, ଦିଲ୍ଲୀ ବିଜେପି ପ୍ରଦେଶ ମୁଖ୍ୟ ମୁଖପାତ୍ର ପ୍ରବୀଣ ଶଙ୍କର କପୁର ଆତିଶୀଙ୍କ ବିରୋଧରେ ଏକ ମାନହାନୀ ନୋଟିସ୍ ପଠାଇଛନ୍ତି । ସଚଦେବ କହିଛନ୍ତି, ଦିଲ୍ଲୀ ମନ୍ତ୍ରୀ ଆତିଶୀ ବିଜେପି ବିରୋଧରେ ଚିରାଚରିତ ଭାବେ ଅଭିଯୋଗ ଲଗାଇ ଆସୁଛନ୍ତି। ସେ ମିଛ ଓ ମନଗଢ଼ା କାହାଣୀ କହିଛନ୍ତି । ଏହି ଅଭିଯୋଗରେ କୌଣସି ଠୋସ୍ ପ୍ରମାଣ ମଧ୍ୟ ନାହିଁ । 

ଆପ ନେତା ସଞ୍ଜୟ ସିଂହ ତିହାର ଜେଲରୁ ମୁକ୍ତ, ଅବକାରୀ ଦୁର୍ନୀତିରେ ୬ ମାସ ପରେ ମିଳିଲା ଜାମିନ୍ 

ଏହା ସହିତ ଦିଲ୍ଲୀ ବିଜେପି ପ୍ରମୁଖ କହିଛନ୍ତି, ଆତିଶୀଙ୍କୁ କିଏ ସମ୍ପର୍କ କରିଥିଲା ଏବଂ ବିଜେପିରେ ସାମିଲ ହେବାକୁ କିଏ ପ୍ରସ୍ତାବ ଦେଇଥିଲା, ତାହାର କୌଣସି ଖୁଲାସା କରିନାହାନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି, ଆତିଶୀଙ୍କ ପାର୍ଟି ଯେତେବେଳେ ରାଜନୈତିକ ପରିସ୍ଥିତରେ ବିପକ୍ଷଙ୍କ ଦ୍ବାରା ବିରୋଧର ସାମ୍ନା କରେ, ସେତେବେଳେ ନୂଆ ନୂଆ ବାହାନା ମାରନ୍ତି । ଆମ୍ ଆଦମୀ ପାର୍ଟି ନେତା ବିଜେପି ବିରୋଧରେ ଦ୍ବିତୀୟ ଥର ଏଭଳି ଅଭିଯୋଗ ଆଣିଛନ୍ତି, ହେଲେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବୀରେନ୍ଦ୍ର ସଚଦେବ କହିଛନ୍ତି ।