ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି ବିଜେଡି ହାତକୁ ଚାଲି ଯାଇଛି। ସୁବଳଙ୍କ ସ୍ତ୍ରୀ ରୀତା ସାହୁ ଏଠାରୁ ବିଧାୟିକା ନିର୍ବାଚିତ ହେବା ସହିତ ଏବେ ମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କ ଉପରେ ଭରସା ରଖି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି […] The post ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା appeared first on Dharitri Odia News.

ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି ବିଜେଡି ହାତକୁ ଚାଲି ଯାଇଛି। ସୁବଳଙ୍କ ସ୍ତ୍ରୀ ରୀତା ସାହୁ ଏଠାରୁ ବିଧାୟିକା ନିର୍ବାଚିତ ହେବା ସହିତ ଏବେ ମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କ ଉପରେ ଭରସା ରଖି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ପୁଣି ତାଙ୍କୁ ଦଳୀୟ ପ୍ରାର୍ଥୀ ରଖିଛି। ସେହିପରି ଭାଜପା ମଧ୍ୟ ଗତ ନିର୍ବାଚନର ପ୍ରାର୍ଥୀ ସନତ ଗଡ଼ତୀୟାଙ୍କୁ ଏଠାରେ ଦୋହରାଇଛି। ଅନ୍ୟପକ୍ଷରେ କଂଗ୍ରେସ ଏଥର ପ୍ରାର୍ଥୀ ବଦଳାଇଛି। କିଶୋର ଦଫାଦାରଙ୍କୁ କଂଗ୍ରେସ ଏଥର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଛାଡିଛି। କିଶୋର ଏହା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ଓଜେଏମ୍‌ରୁ ଏଠାରୁ ନିର୍ବାଚନ ଲଢିଥିବାବେଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଥିଲେ।

The post ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା appeared first on Dharitri Odia News.