ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ କହିଲେ-ଆମେ ଗର୍ବିତ

ନୂଆଦିଲ୍ଲୀ: ରବିବାର ଦୁବାଇରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪  ଓ୍ବିକେଟରେ ହରାଇ ଇତିହାସ ରଚିଛି ଭାରତ। ବଡ଼ କଥା ହେଲା ଭାରତୀୟ ଟିମ୍‌ ଆଇସିସି ଇଭେଣ୍ଟରେ ଲଗାତାର ଦ୍ବିତୀୟ ଥର ଜିତି ଟ୍ରଫି ନିଜ ନାଁରେ କରିଛି। ସେପଟେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଏବେ ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସମସ୍ତେ ଜଣାଇଛନ୍ତି ଶୁଭେଚ୍ଛା।ପ୍ରଧାନମନ୍ତ୍ରୀ, ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ‘‘ଏକ ଅସାଧାରଣ ଖେଳ ଏବଂ ଅସାଧାରଣ ପରିଣାମ ! ଆଇସିସି ଚାମ୍ପିୟନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଟିମ୍‌ ଉପରେ ଆମେ ଗର୍ବିତ। ସମସ୍ତେ ପୂରା ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଶୁଭେଚ୍ଛା।’’An exceptional game and an exceptional result!Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all round display.— Narendra Modi (@narendramodi) March 9, 2025ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘‘ଏହି ବିଜୟ ଇତିହାସ ରଚିଛି। ଆ

ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ କହିଲେ-ଆମେ ଗର୍ବିତ

ନୂଆଦିଲ୍ଲୀ: ରବିବାର ଦୁବାଇରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪  ଓ୍ବିକେଟରେ ହରାଇ ଇତିହାସ ରଚିଛି ଭାରତ। ବଡ଼ କଥା ହେଲା ଭାରତୀୟ ଟିମ୍‌ ଆଇସିସି ଇଭେଣ୍ଟରେ ଲଗାତାର ଦ୍ବିତୀୟ ଥର ଜିତି ଟ୍ରଫି ନିଜ ନାଁରେ କରିଛି। ସେପଟେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଏବେ ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସମସ୍ତେ ଜଣାଇଛନ୍ତି ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀ, ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ‘‘ଏକ ଅସାଧାରଣ ଖେଳ ଏବଂ ଅସାଧାରଣ ପରିଣାମ ! ଆଇସିସି ଚାମ୍ପିୟନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଟିମ୍‌ ଉପରେ ଆମେ ଗର୍ବିତ। ସମସ୍ତେ ପୂରା ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଶୁଭେଚ୍ଛା।’’


ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘‘ଏହି ବିଜୟ ଇତିହାସ ରଚିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଉଲ୍ଲେଖନୀୟ ବିଜୟ ହାସଲ କରିଥିବାରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା।’’ ସେ ଆହୁରି କହିଛନ୍ତି ଆପଣମାନେ ଦେଶକୁ ଗର୍ବିତ କରିଛନ୍ତି । 



ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘‘ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ | ତିନିଥର ଟ୍ରଫି ଜିତିବାରେ ଭାରତ ଏକମାତ୍ର ଦଳ ହୋଇପାରିଛି। କ୍ରିକେଟ୍ ଇତିହାସ ସୃଷ୍ଟି ପାଇଁ ଖେଳାଳି, ପରିଚାଳନା ଏବଂ ସହାୟକ କର୍ମଚାରୀମାନେ ସର୍ବାଧିକ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ଭାରତୀୟ କ୍ରିକେଟ୍ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।’’


ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଉଲ୍ଲେଖନୀୟ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା। ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷରେ ଉତ୍ତମ ପ୍ରଦର୍ଶନ, କୌଶଳ, ଦୃଢ଼ ସଂକଳ୍ପ ଏବଂ ଖେଳ ଭାବନାକୁ ଦର୍ଶାଉଛି। ଆଜି ପୂରା ଦେଶ ଗର୍ବିତ।



ସେହିଭଳି ଲୋକସଭା ବିରୋଧୀ ନେତା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଟିମ୍‌ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ, ପ୍ରକୃତରେ ପ୍ରେରଣାଦାୟୀ।’’