ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେ କେହି ଏହା ଆଶା କରି ନ ଥିଲୁ। ଏହା ଆମର ଆଶାଠାରୁ ଅଧିକ। ସମସ୍ତ ତିନୋଟି ଦଳ ବସି ଭବିଷ୍ୟତର ରଣନୀତି କ’ଣ ହେବ ତାହା ସ୍ଥିର କରିବେ। ସେ କହିଛନ୍ତି ଯେ ଆମେ ଏକ ଖବରତାଦା […] The post ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ appeared first on Dharitri Odia News.

ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେ କେହି ଏହା ଆଶା କରି ନ ଥିଲୁ। ଏହା ଆମର ଆଶାଠାରୁ ଅଧିକ। ସମସ୍ତ ତିନୋଟି ଦଳ ବସି ଭବିଷ୍ୟତର ରଣନୀତି କ’ଣ ହେବ ତାହା ସ୍ଥିର କରିବେ।

ସେ କହିଛନ୍ତି ଯେ ଆମେ ଏକ ଖବରତାଦା ସମ୍ମିଳନୀ କରିବୁ। ଏହା ପରେ ମୁଁ ନାଗପୁର ଯିବି। ଆଉ ତିନି ଦଳ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ନେଇ ଏକାଠି ନିଷ୍ପତ୍ତି ନେବେ। ଆସନ୍ତାକାଲି ମହାୟୁତି ବିଧାନସଭା ବୈଠକ ଅନୁଷ୍ଠିତ ହେବ। ୨୫ ନଭେମ୍ବରରେ ଭାଜପାର ବିଧାୟକ ଦଳର ନେତା ନିର୍ବାଚିତ ହେବେ ଏବଂ ୨୬ ନଭେମ୍ବରରେ ସରକାର ଗଠନ ହେବ। ଆସନ୍ତାକାଲି ଭାଜପା ପର୍ଯ୍ୟବେକ୍ଷକମାନେ ମୁମ୍ବାଇ ଆସିବେ।

ମହାରାଷ୍ଟ୍ର ବିଧାନସଭାର ପ୍ରାରମ୍ଭିକ ଧାରାରେ ଭାଜପା ନେତୃତ୍ୱାଧୀନ ମହାଗଠବନ୍ଧନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ, ମହାୟୁତି ୨୧୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ୫୮ ଏବଂ ଅନ୍ୟମାନେ ୧୩ ଆସନରେ ଆଗରେ ଅଛନ୍ତି।

The post ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ appeared first on Dharitri Odia News.