ବିଜୟ ସହ ଆଇପିଏଲ୍ ୨୦୨୫ରେ ଅଭିଯାନ ଆରମ୍ଭ କଲା RCB, ୭ ୱିକେଟ୍‌ରେ କୋଲକାତାକୁ କଲା ପରାସ୍ତ

କୋଲକାତା: ଉଦଘାଟନୀ ମ୍ୟାଚ୍‌ରେ ଆରସିବିର ଅଲାଉଣ୍ଡର ପ୍ରଦର୍ଶନ । ଆଇପିଏଲ୍ ୨୦୨୫ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ବେଙ୍ଗାଲୁରୁ । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟ୍ ପରାସ୍ତ କରିଛି । ଫିଲିପ୍ସ ସଲ୍ଟ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୩.୪ ଓଭର ବଳକା ଥାଇ ୧୭୫ ରନର୍ ବିଜୟ ଲକ୍ଷ୍ୟକୁ ହାସଲ କରିଛି ଆରସିବି । ୧୭୪ ରନ୍ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ଓହ୍ଲାଇଥିବା ଆରସିବିକୁ ଦମଦାର ଆରମ୍ଭ ଦେଇଥିଲେ ଦୁଇ ଓପନର । ବିରାଟ କୋହଲି ଓ ଫିଲିପ୍ପ ସଲ୍ଟ ପାୱାର ପ୍ଲେ'ରେ ରନ୍ ବର୍ଷା କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗୀଦାରି ହୋଇଥିଲା । ଫିଲିପ୍ସ ସଲ୍ଟ ୩୧ ବଲ୍‌ରେ ୫୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଏହାପରେ ଦେବଦତ୍ତ ପାଡିକ୍କାଲ ୧୦ ବଲରେ ମାତ୍ର ୧୦ ରନ୍ କରି ଫେରିଥିଲେ । ଅଧିନାୟକ ୧୬ ବଲରେ ୩୪ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ବିରାଟ କୋହଲି (୫୯) ଓ ଲିଆମ୍ ଲିଭିଙ୍ଗଷ୍ଟନ୍ (୧୫) ଅପରାଜିତ ରହିଥିଲେ । କେକେଆର୍ ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା  ।କେକେଆର୍ ଇନିଂସଆରସିବି ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଜିଙ୍କ୍ୟା ରାହାଣେଙ୍କ ୫୬ ରନ୍ ଓ ସୁନୀଲ ନାରିନଙ୍କ ୪୪ ରନ୍ ବଳରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ କରିବାର

ବିଜୟ ସହ ଆଇପିଏଲ୍ ୨୦୨୫ରେ ଅଭିଯାନ ଆରମ୍ଭ କଲା RCB, ୭ ୱିକେଟ୍‌ରେ କୋଲକାତାକୁ କଲା ପରାସ୍ତ

କୋଲକାତା: ଉଦଘାଟନୀ ମ୍ୟାଚ୍‌ରେ ଆରସିବିର ଅଲାଉଣ୍ଡର ପ୍ରଦର୍ଶନ । ଆଇପିଏଲ୍ ୨୦୨୫ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ବେଙ୍ଗାଲୁରୁ । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟ୍ ପରାସ୍ତ କରିଛି । ଫିଲିପ୍ସ ସଲ୍ଟ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୩.୪ ଓଭର ବଳକା ଥାଇ ୧୭୫ ରନର୍ ବିଜୟ ଲକ୍ଷ୍ୟକୁ ହାସଲ କରିଛି ଆରସିବି । 

୧୭୪ ରନ୍ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ଓହ୍ଲାଇଥିବା ଆରସିବିକୁ ଦମଦାର ଆରମ୍ଭ ଦେଇଥିଲେ ଦୁଇ ଓପନର । ବିରାଟ କୋହଲି ଓ ଫିଲିପ୍ପ ସଲ୍ଟ ପାୱାର ପ୍ଲେ'ରେ ରନ୍ ବର୍ଷା କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗୀଦାରି ହୋଇଥିଲା । ଫିଲିପ୍ସ ସଲ୍ଟ ୩୧ ବଲ୍‌ରେ ୫୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଏହାପରେ ଦେବଦତ୍ତ ପାଡିକ୍କାଲ ୧୦ ବଲରେ ମାତ୍ର ୧୦ ରନ୍ କରି ଫେରିଥିଲେ । ଅଧିନାୟକ ୧୬ ବଲରେ ୩୪ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ବିରାଟ କୋହଲି (୫୯) ଓ ଲିଆମ୍ ଲିଭିଙ୍ଗଷ୍ଟନ୍ (୧୫) ଅପରାଜିତ ରହିଥିଲେ । କେକେଆର୍ ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା  ।

କେକେଆର୍ ଇନିଂସ

ଆରସିବି ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଜିଙ୍କ୍ୟା ରାହାଣେଙ୍କ ୫୬ ରନ୍ ଓ ସୁନୀଲ ନାରିନଙ୍କ ୪୪ ରନ୍ ବଳରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ କରିବାରେ ସଫଳ ହୋଇଥିଲା । ପାୱାର ପ୍ଲେ'ରେ ଭଲ ଆରମ୍ଭ ମିଳିବା ସତ୍ତ୍ୱେ ଟିମ୍ ଭଲ ଫିନିସ୍ କରିପାରିଲା ନାହିଁ । 

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତା ଦଳର ଆରମ୍ଭ ଭଲ ନଥିଲା । ପ୍ରଥମ ଓଭରରେ ହିଁ ଓପନର କ୍ୱିଣ୍ଟନ୍ ଡି କକ୍ ପ୍ୟାଭିଲିୟନ ଫେରିଥିଲେ । ଏହାପରେ, ରାହାଣେ ଏବଂ ନାରିନଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୫୫ ବଲ୍‌ରେ ୧୦୩ ରନ୍‌ର ଭାଗୀଦାରି ହୋଇଥିଲା । ସୁନୀଲ ନାରିନ ୨୬ ବଲ୍‌ରେ ୪୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟା ରାହାଣେ ୩୧ ବଲ୍‌ରେ ୫୬ ରନ୍ କରି ଆଉଟ୍ ହୋଇଥିଲେ । ଭେଙ୍କଟେଶ ଆୟର ୭ଟି ବଲ୍‌ରେ ୬ ରନ୍ କରିଥିଲେ । ରିଙ୍କୁ ସିଂହ ୧୦ ବଲ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ । ସୁୟାଶଙ୍କ ଦ୍ୱାରା ଆନ୍ଦ୍ରେ ରସେଲ (୪) ଆଉଟ୍ ହୋଇଥିଲେ ।

ଆରସିବି ପାଇଁ କୃଣାଲ ପାଣ୍ଡ୍ୟା ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଜୋଶ ହେଜଲଉଡ୍ ଟିମର ସବୁଠୁ ଇକୋନୋମିକ୍ ବଲର ଥିଲେ । ସେ ୪ ଓଭରରେ ୨୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ୟଶ ଦୟାଲ, ସଲାମ ଓ ସୂୟଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।