ବିଜୟର ବାନା ଉଡାଇଲେ ଅନନ୍ତ, କଡା ମୁକାବିଲା କରି ହାରିଗଲେ ଜଗନ୍ନାଥ

ଭୁବନେଶ୍ବର ୪/୬: ଭୁବନେଶ୍ବର ମଧ୍ୟ ସିଟ୍‌ ଜିତିଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଠାରୁ ଅଳ୍ପ କିଛି ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅନନ୍ତ । ଆରମ୍ଭରୁ ଉଭୟ ଅନନ୍ତ ଓ ଜଗନ୍ନାଥଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ଜୋରଦାର ଟକ୍କର ସହ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ଭୁବନେଶ୍ବର ମଧ୍ୟ ଆସନ କବ୍‌ଜା କରିଛନ୍ତି ଅନନ୍ତ । ଏହି ଆସନକୁ ନେଇ ରାଜନୀତି ସରଗରମ ଥିଲା । ଶେଷ ମୁହୂର୍ତ୍ତରେ ବିଜେଡି ଏହି ଆସନରୁ ଅନନ୍ତ ଜେନାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପୁରୁଣା ନେତା ଜଗନ୍ନାଥ ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଥିଲା । କଡା ମୁକାବିଲା ସତ୍ତ୍ବେ ହାରିଯାଇଛନ୍ତି ଜଗନ୍ନାଥ ଆଉ ବିଜୟର ବାନା ଉଡାଇଛନ୍ତି ଅନନ୍ତ । 