ବିଞ୍ଜିଗିରିର ବିକାଶ ପାଇଁ ମିଳିଲା ୧୫ କୋଟି
ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଉକ୍ତ ଗ୍ରାମକୁ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସି ମାଧ୍ୟମରେ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଥିଲେ। ଉକ୍ତ ଗ୍ରାମର ବିକାଶ ପାଇଁ ଶନିବାର ରାଜ୍ୟ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ଏକ ଧନ୍ୟବାଦ ସଭା ଅୟୋଜନ […] The post ବିଞ୍ଜିଗିରିର ବିକାଶ ପାଇଁ ମିଳିଲା ୧୫ କୋଟି appeared first on Dharitri Odia News.
ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଉକ୍ତ ଗ୍ରାମକୁ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସି ମାଧ୍ୟମରେ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଥିଲେ। ଉକ୍ତ ଗ୍ରାମର ବିକାଶ ପାଇଁ ଶନିବାର ରାଜ୍ୟ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ଏକ ଧନ୍ୟବାଦ ସଭା ଅୟୋଜନ କରାଯାଇଥିଲା।
ସଭାରେ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆୟୋଜିତ ସଭାରେ ବିଧାୟକ ନାୟକ ଯୋଗଦେଇ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ଉକ୍ତ ଗ୍ରାମର ବିକାଶ ପାଇଁ ବର୍ତ୍ତମାନ ୧୫ କୋଟି ଟଙ୍କା ଆସିଛି ବୋଲି କହିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ଧନ୍ୟବାଦ ଜଣାଇଥିଲେ ।
ସେ କହିଥିଲେ ଯେ, ଆମ ଅଞ୍ଚଳରେ ପୃଥିବୀ ପ୍ରସିଦ୍ଧ ବୀର, କବି ଥିଲେ। କିନ୍ତୁ ବିଗତ ସରକାର ସେମାନଙ୍କ ଉପଯୁକ୍ତ ପ୍ରଚାର ପ୍ରସାର କରି ନ ଥିଲେ। ତେଣୁ ଘୁମୁସର ଇତିହାସ ବର୍ତ୍ତମାନର ଯୁବପିଢୀ ଭୁଲିବାକୁ ବସିଥିଲେ। ହେଲେ ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି।
ଏଥିସହ ଘୁମୁସର ଇତିହାସର ମୁକସାକ୍ଷୀ ଚକରା ଘାଟି, ଘାଟିଶୁଲା, ରଣଘଣ୍ଟା ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଚକରା ଘାଟିର ଉନ୍ନତିକରଣ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଗାମୀ ଦିନରେ ଆହୁରି ଅଧିକ ଅନୁଦାନ ଆସିବ। ଏଥିସହ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ବିଞ୍ଜିଗିରି ଗ୍ରାମର ବିକାଶ ପାଇଁ ସରକାର ୧୫ କୋଟି ଟଙ୍କା ଦେଇଛନ୍ତି। ଆଗାମୀ ଦିନରେ ଆବଶ୍ୟକ ପଡିଲେ ଆହୁରି ଅଧିକ ଅନୁଦାନ ଆସିବ। ଏଥିସହ ସାନକୋଦଣ୍ଡା ପଞ୍ଚାୟତର ବିକାଶ ଦାୟିତ୍ୱ ଆଜିଠୁ ନେଉଥିବା ବିଧାୟକ ନାୟକ ସଭାରେ ଘୋଷଣା କରିଥିଲେ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ଼, ବରିଷ୍ଠ ଭାଜପା ନେତା ସୁବାସ ଚନ୍ଦ୍ର ପ୍ରଧାନ, ମୁରଲୀଧର ପଣ୍ଡା, ସରପଞ୍ଚ ଲକ୍ଷ୍ମଣ ନାୟକ, ପୁର୍ବତନ ସରପଞ୍ଚ ରାଧାମୋହନ ଗୌଡ,ରାଜେନ୍ଦ୍ର ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ଅଜିତ କୁମାର ଗୌଡ଼, ଗୌରହରି ଗୌଡ଼, ପ୍ରତାପ ଚନ୍ଦ୍ର ନାଇକ, ଶଙ୍କର ପ୍ରଧାନ, ଗୁରୁମୂର୍ତ୍ତି ପ୍ରଧାନ, ଦୁର୍ଗା ପ୍ରସାଦ ତ୍ରିପାଠୀ, କାଳୀ ଚରଣ ପାତ୍ର, ହରି ବେହେରା, ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ବିଞ୍ଜିଗିରିର ବିକାଶ ପାଇଁ ମିଳିଲା ୧୫ କୋଟି appeared first on Dharitri Odia News.