୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ? ଭାଇରାଲ ହେଉଛି…

ବମ୍ବେ: ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନବରାତ୍ରୀ ଅବସରରେ ସେ ପୁଣିଥରେ ବିବାହ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଭିଡିଓରେ ସଞ୍ଜୟ ଧୋତି କୁର୍ତ୍ତା ପିନ୍ଧିଛନ୍ତି। ଚତୁର୍ଥ ଥର ଲାଗି ୬୫ ବର୍ଷରେ ସେ ବିବାହ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇଛନ୍ତି। ସଞ୍ଜୟ ପ୍ରଥମେ ଋଚା ଶର୍ମାଙ୍କ ହାତ ଧରିଥିଲେ। ହେଲେ ୧୯୯୬ରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ଏହାର ୨ ବର୍ଷ ପରେ […] The post ୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ? ଭାଇରାଲ ହେଉଛି… appeared first on Dharitri Odia News.

୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ? ଭାଇରାଲ ହେଉଛି…

ବମ୍ବେ: ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନବରାତ୍ରୀ ଅବସରରେ ସେ ପୁଣିଥରେ ବିବାହ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଭିଡିଓରେ ସଞ୍ଜୟ ଧୋତି କୁର୍ତ୍ତା ପିନ୍ଧିଛନ୍ତି। ଚତୁର୍ଥ ଥର ଲାଗି ୬୫ ବର୍ଷରେ ସେ ବିବାହ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇଛନ୍ତି।

ସଞ୍ଜୟ ପ୍ରଥମେ ଋଚା ଶର୍ମାଙ୍କ ହାତ ଧରିଥିଲେ। ହେଲେ ୧୯୯୬ରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ଏହାର ୨ ବର୍ଷ ପରେ ସେ ମଡେଲ ରିୟା ପିଲ୍ଲାଇଙ୍କୁ ଜୀବନସାଥୀ କରିଥିଲେ। ୨୦୦୫ରେ ଉଭୟ ବାଟ ଅଲଗା କରି ନେଇଥିଲେ।
୨୦୦୮ରେ ସଞ୍ଜୟ ମାନ୍ୟତାଙ୍କୁ ତୃତୀୟ ବିବାହ କରିଥିଲେ। ଉଭୟଙ୍କ ଯମଜ ସନ୍ତାନ ଅଛନ୍ତି। ହେଲେ ହଠାତ ତାଙ୍କୁ ମାନ୍ୟତାଙ୍କ ସହ ବିବାହ କରୁଥିବା ଦେଖି ଏହା ପଛରେ କି କାରଣ ରହିଛି ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

ସଞ୍ଜୟ ୧୬ ବର୍ଷ ପରେ ପୁଣିଥରେ ପତ୍ନୀ ମାନ୍ୟତାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ ଅଭିନେତାଙ୍କ ଘର ରିନୋଭେଶନ ଶେଷ ହେବା ପରେ ପୂଜା ରଖାଯାଇଥିଲା। ଏହି ମଉକାରେ ପତ୍ନୀ ମାନ୍ୟତାଙ୍କ ସହ ସେ ଚତୁର୍ଥ ଥର ବିବାହ କରିଛନ୍ତି।

 

View this post on Instagram

 

A post shared by Bollywood Bubble (@bollywoodbubble)

The post ୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ? ଭାଇରାଲ ହେଉଛି… appeared first on Dharitri Odia News.