ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ
ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା। ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିମାନଟି ଚେନ୍ନାଇରେ ଅବତରଣ କରିବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ରାକେଶ ଶର୍ମାଙ୍କୁ ଗିରଫ କରିଥିଲା। ମହିଳା ଯାତ୍ରୀଜଣକ ଓ୍ବିଣ୍ଡୋ ପାଖ ସିଟ୍ରେ ବସିଥିବା ବେଳେ ଅଭିଯୁକ୍ତ ଜଣକ ପଛ ସିଟ୍ରେ ଥିଲେ। The post ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ appeared first on Dharitri Odia News.
ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା।
ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିମାନଟି ଚେନ୍ନାଇରେ ଅବତରଣ କରିବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ରାକେଶ ଶର୍ମାଙ୍କୁ ଗିରଫ କରିଥିଲା। ମହିଳା ଯାତ୍ରୀଜଣକ ଓ୍ବିଣ୍ଡୋ ପାଖ ସିଟ୍ରେ ବସିଥିବା ବେଳେ ଅଭିଯୁକ୍ତ ଜଣକ ପଛ ସିଟ୍ରେ ଥିଲେ।
The post ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ appeared first on Dharitri Odia News.