ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…
ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା ପିଇବା, ଡ୍ରେସ୍, ଗହଣା, ଗାଡ଼ି ସବୁ କିଛି ଚର୍ଚ୍ଚାରେ ରହିଛି। ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି। ଯାହା ହେଲା ଉପହାର। ଅନନ୍ତଙ୍କ ବିବାହକୁ ଯେଉଁ ସବୁ ଅତିଥି ଆସିଥିଲେ ସେମାନେ କ’ଣ […] The post ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି… appeared first on Dharitri Odia News.
ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା ପିଇବା, ଡ୍ରେସ୍, ଗହଣା, ଗାଡ଼ି ସବୁ କିଛି ଚର୍ଚ୍ଚାରେ ରହିଛି। ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି। ଯାହା ହେଲା ଉପହାର। ଅନନ୍ତଙ୍କ ବିବାହକୁ ଯେଉଁ ସବୁ ଅତିଥି ଆସିଥିଲେ ସେମାନେ କ’ଣ ସବୁ ଉପହାର ଦେଇଛନ୍ତି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଯେଉଁ ଉପହାରର ଦାମ୍ କୋଟି କୋଟି ଟଙ୍କା।
ଏହି ବିବାହରେ ଦେଶ ବିଦେଶରୁ ଅତିଥିମାନେ ସାମିଲ ହୋଇଥିଲେ। ପ୍ରାୟ ୨୫୦୦ ଅତିଥିଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଏହି ବିବାହରେ ବହୁ ବଲିଉଡ ଏବଂ ହଲିଉଡ ଷ୍ଟାର୍ ମଧ୍ୟ ଯୋଗ ଦେଇଥିଲେ। ଜନ ସିନା, କିମ୍ କାର୍ଦାସିୟାନ ଏବଂ ଖ୍ଲୋଏ କାର୍ଦାସିୟାନଙ୍କ ପରି ଷ୍ଟାର୍ମାନେ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ଶାହାରୁଖ ଖାନ, ସଲମାନ ଖାନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସ୍ବାମୀ ନିକ ଜୋନାସ, ରଣବୀର ସିଂ, ଦୀପିକା ପାଦୁକୋନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ବିକି କୌଶଲ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଉଦ୍ଧବ ଠାକ୍ରେ, ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବ ବିବାହ ସମାରୋହରେ ସାମିଲ ଥିଲେ।
ଅଭିନେତା ଶାହାରୁଖ ଖାନ୍ ଅନନ୍ତ-ରାଧିକାଙ୍କୁ ୧୦ କୋଟି ଟଙ୍କାର ଏକ କାର୍ ଉପହାର ଦେଇଛନ୍ତି। ଆଲିଆ-ରଣବୀର ୨୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଦେଇଛନ୍ତି। ସେହିପରି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୭ କୋଟି ଟଙ୍କାର ହୀରା ଖଚିତ ଲାପ୍ଟପ୍ ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି। ସଲମାନ ଖାନ୍ ୭ କୋଟି ଟଙ୍କାର ହୀରା ଘଣ୍ଟା ଦେଇଛନ୍ତି। ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏକ ଫେରାରି କାର୍ ଉପହାର ଦେଇଛନ୍ତି। ବିଲ୍ ଗେଟ୍ ୧୮ ଲକ୍ଷ ଟଙ୍କାର ଏକ ପେଣ୍ଟିଂ ଦେଇଛନ୍ତି। କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ ୧୦ କୋଟି ଟଙ୍କା ଅଳଙ୍କାର ଦେଇଛନ୍ତି। ରାମଚରଣ ୨୫ ଲକ୍ଷ ଟଙ୍କାର ସୁନା ଜୋତା। ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ୍ ରୁବିର ଏକ ହାର ଏବଂ ୧୨ କୋଟି ଟଙ୍କାର ଡାଇମଣ୍ଡ ଘଣ୍ଟା ଦେଇଛନ୍ତି। ସେହିପରି ରଜନୀକାନ୍ତ ୨ କୋଟି ଟଙ୍କାର ଉପହାର ଦେଇଛନ୍ତି। କ୍ୟାଟ୍ରିନା ୨୫ ଲକ୍ଷ ଟଙ୍କାର ପର୍ଫ୍ୟୁମ୍ ଦେଇଛନ୍ତି।
ଅନ୍ୟପକ୍ଷରେ ଅନନ୍ତ ମଧ୍ୟ ଅତିଥିମାନଙ୍କୁ ୨ କୋଟି ଟଙ୍କାର ଘଣ୍ଟା ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି।
The post ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି… appeared first on Dharitri Odia News.