ବିଡିଓଙ୍କ ବାସଭବନରୁ ୬ ମାସରେ ହେଲାଣି ୪ଥର ଚୋରି

ଚୋରି ନେଇ ରାଜକନିକା ବିଡିଓ ପୃଥ୍ୱୀରାଜ ପରିଡ଼ା ବାରମ୍ବାର ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏ ପୁଲିସ ହାତ ଖାଲି।

ବିଡିଓଙ୍କ ବାସଭବନରୁ ୬ ମାସରେ ହେଲାଣି ୪ଥର ଚୋରି

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବିଡିଓଙ୍କ ସରକାରୀ ବାସଭବନରୁ ୬ ମାସରେ ୪ଥର ଚୋରି ଅଭିଯୋଗ ହୋଇଛି। ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି ବ୍ଲକ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଫଳରେ ହଇରାଣ ହେଉଛନ୍ତି ଜରୁରୀ କାମ ପାଇଁ ଆସୁଥିବା ଲୋକ।

ଚୋରି ନେଇ ରାଜକନିକା ବିଡିଓ ପୃଥ୍ୱୀରାଜ ପରିଡ଼ା ବାରମ୍ବାର ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏ ପୁଲିସ ହାତ ଖାଲି। ଅଭିଯୁକ୍ତଙ୍କୁ ଧରି ପାରିନି ପୁଲିସ। ପ୍ରତିବାଦରେ ପଞ୍ଚାୟତ ଓ ବ୍ଲକ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଲମ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଅଭିଯୋଗ ପରେ ପୁଲିସର ପତିକ୍ରିୟା ମିଳିପାରି ନାହିଁ।

ରାଜକନିକା ବିଡ଼ିଓ, ପୃଥ୍ୱୀରାଜ ପରିଡ଼ା କହିଛନ୍ତି, ମୋ କ୍ୱାଟରରୁ ବି ୪ରିଥର ଚୋରି ହୋଇଛି। ପ୍ରଥମ ଥର ଗହଣା କିଛି ଚୋରି ହୋଇଥିଲା ଓ ତାପର ଥର ମୋର ପର୍ସ ଚୋରି କରିଥିଲେ। ପୁଣିଥରେ କମ୍ପୁଟର ହୋଇଥିଲା। ଆମର ନିୟମ ଅନୁସାରେ ପୁଲିସକୁ ଲିଖିତ ଅଭିଯୋଗ କରିଛୁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ହେଲେ ଏଯାଏ ଚୋର ଧରାପଡ଼ିନାହିଁ।