ବିଡିଓଙ୍କୁ ବହିଷ୍କାର କରା ନଗଲେ ବିଜେଡିର ବ୍ଲକ ଘେରାଉ ଚେତାବନୀ
ପାରାଦୀପ: କୁଜଙ୍ଗ ବ୍ଲକ ସଭାଗୃହରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା । ବିଡିଓଙ୍କ ନିର୍ଦ୍ଦେଶରେ ମହିଳା ଜନ ପ୍ରତିନିଧିଙ୍କୁ... The post ବିଡିଓଙ୍କୁ ବହିଷ୍କାର କରା ନଗଲେ ବିଜେଡିର ବ୍ଲକ ଘେରାଉ ଚେତାବନୀ appeared first on .
ପାରାଦୀପ: କୁଜଙ୍ଗ ବ୍ଲକ ସଭାଗୃହରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା । ବିଡିଓଙ୍କ ନିର୍ଦ୍ଦେଶରେ ମହିଳା ଜନ ପ୍ରତିନିଧିଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅଭିଯୋଗ ।
ଦଳ ପକ୍ଷରୁ କୁହାଯାଇଛି, ଗତ ୩ ମାସ ହେଲା ବିଭିନ୍ନ କାର୍ଯ୍ୟର ବିଲ୍ ଦେଉନାହିଁ ବ୍ଲକ ପ୍ରଶାସନ । ଅଧା ହୋଇଥିବା କାମକୁ ଅନ୍ୟ ଠିକାଦାରଙ୍କୁ ଦିଆଯାଉଛି । ଏହି ବିଷୟରେ ଆଲୋଚନା ପାଇଁ ବିଡିଓ ୧୩ ତାରିଖ ଦିନ ୧୧ ଟା ସମୟ ଦେଇଥିଲେ । ମାତ୍ର ବିଡିଓ ଦିନ ୩ଟା ବେଳେ ପୋଲିସ ପ୍ରୋଟେକ୍ସନରେ ପହଞ୍ଚିଥିଲେ । ପଞ୍ଚାୟତ ସଭାଗୃହରେ ପାଖାପାଖି ୩୧ ଜଣ ସରପଞ୍ଚ, ସମିତି ସଭ୍ଯ ଓ ଜିଲ୍ଲା ପରିଷଦ ସଭ୍ଯଙ୍କ ଉପସ୍ଥିତିରେ ଚାଲିଥିଲା ଆଲୋଚନା । ମାତ୍ର ହଠାତ୍ ବିଜେପି ସମର୍ଥିତ ଜଣେ ସରପଞ୍ଚ ଆମ ବିଡିଓଙ୍କୁ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା କିଛି ଅସାମାଜିକ ଯୁବକ ଭିତରେ ପଶି ଚେୟାର ଫିଙ୍ଗିବା ସହିତ ମାରପିଟ କରିଥିଲେ ।
ବିଜେଡି ପକ୍ଷରୁ କୁହାଯାଇଛି, ପୋଲିସ ଓ ବିଡିଓଙ୍କ ଉପସ୍ଥିତିରେ ଜନ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି । ବ୍ଲକର ସିସିଟିଭି ଯାଞ୍ଚ କଲେ ସମସ୍ତ ଘଟଣା ସାମ୍ନାକୁ ଆସିବ । ବିଡିଓଙ୍କ ବହିଷ୍କାର ଓ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆସନ୍ତା ୨୦ ତାରିଖରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବିଜେଡି ଜିଲ୍ଲା ଉପସଭାପତି ପିତାମ୍ବର ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଶ୍ରମିକ ନେତା ବାପି ସାର୍ଖେଲ, ବ୍ଲକ ଅଧ୍ୟକ୍ଷା ନିନାରାଣୀ ବେହେରା, ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ସୁଢଳ ସ୍ବାଇଁ ପ୍ରମୁଖ ୨୧ ଜଣ ସରପଞ୍ଚ, ସମିତି ସଭ୍ଯ ଓ ଜିଲ୍ଲା ପରିଷଦ ସଦସ୍ଯ ଉପସ୍ଥିତ ଥିଲେ ।
The post ବିଡିଓଙ୍କୁ ବହିଷ୍କାର କରା ନଗଲେ ବିଜେଡିର ବ୍ଲକ ଘେରାଉ ଚେତାବନୀ appeared first on .