ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ, ଦୀର୍ଘ ଦିନ ଧରି କ୍ୟାନ୍‌ସରରେ ଥିଲେ ପୀଡିତ

ଭୁବନେଶ୍ୱର ୧୨।୦୮ : ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ପୂର୍ବତନ ଜେଲ୍‌ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ଦୀର୍ଘ ଦିନ ହେଲା ଯକୃତ କ୍ୟାନସର୍‌ରେ ପୀଡ଼ିତ ଥିଲେ। ଚିକିତ୍ସାଲାଗି ତାଙ୍କୁ ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ରବିବାର ରାତିରେ ବିତ୍ତିହୋତ୍ର ମହାନ୍ତିଙ୍କ ଦେହାନ୍ତ ହୋଇଛି ।ତେବେ କିଏ ଏହି ବିତ୍ତିହୋତ୍ର ମହାନ୍ତି-୨୦୦୬ ମସିହାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର ମହାନ୍ତି । ବିତ୍ତିଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା। ରାଜସ୍ଥାନର ଅଲଓ୍ୱାର ଅଞ୍ଚଳକୁ ସହପାଠୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବିତ୍ତିହୋତ୍ର ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକୁ ଆଧାର କରି ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ, ହେଲେ ଶୁଣାଣିର ମାତ୍ର ୯ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ବିତ୍ତିହୋତ୍ରଙ୍କୁ ମାନ

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ, ଦୀର୍ଘ ଦିନ ଧରି କ୍ୟାନ୍‌ସରରେ ଥିଲେ ପୀଡିତ

ଭୁବନେଶ୍ୱର ୧୨।୦୮ : ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ପୂର୍ବତନ ଜେଲ୍‌ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । 

ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ଦୀର୍ଘ ଦିନ ହେଲା ଯକୃତ କ୍ୟାନସର୍‌ରେ ପୀଡ଼ିତ ଥିଲେ। ଚିକିତ୍ସାଲାଗି ତାଙ୍କୁ ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ରବିବାର ରାତିରେ ବିତ୍ତିହୋତ୍ର ମହାନ୍ତିଙ୍କ ଦେହାନ୍ତ ହୋଇଛି ।

ତେବେ କିଏ ଏହି ବିତ୍ତିହୋତ୍ର ମହାନ୍ତି-

୨୦୦୬ ମସିହାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର ମହାନ୍ତି । ବିତ୍ତିଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା। ରାଜସ୍ଥାନର ଅଲଓ୍ୱାର ଅଞ୍ଚଳକୁ ସହପାଠୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବିତ୍ତିହୋତ୍ର ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକୁ ଆଧାର କରି ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ, ହେଲେ ଶୁଣାଣିର ମାତ୍ର ୯ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ବିତ୍ତିହୋତ୍ରଙ୍କୁ ମାନ୍ୟବର କୋର୍ଟ ୭ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କାର ଜୋରିମାନା କରିଥିଲେ ।  ଜେଲ୍‌ର ସଜ୍ଜା କାଟୁଥିବା ସମୟରେ ମାଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ପାରୋଲ ଅବଧି ଶେଷ ହେବା ପରେ ସେ ଜେଲ୍‌ ଯିବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ । ଏହି ସମୟରେ ସେ ଏକ ବ୍ୟାଙ୍କରେ ଚାକିରି କରୁଥିବାର ଖବର ପାଇଥିଲା ପୋଲିସ । ନିଜ ନାଁକୁ ବଦଳାଇ ରାଘବ ରାଜନ ରଖି ଏକ ବ୍ୟାଙ୍କରେ PO ଭାବେ ଚାକିରି କରୁଥିଲେ। ଦୀର୍ଘ ୭ ବର୍ଷ ଫେରାର୍ ରହିବା ପରେ ଶେଷରେ ୨୦୧୩ ମସିହାରେ କେରଳର ଏକ ବ୍ୟାଙ୍କରୁ କାର୍ଯ୍ୟରତ ବେଳେ ଧରାପଡ଼ିଥିଲେ ବିତ୍ତିହୋତ୍ର। ରାଜସ୍ଥାନ ଜେଲ୍‌ରେ ଥିବା ସମୟରେ ବାପା ବିଦ୍ୟାଭୂଷଣଙ୍କୁ ଅନୁରୋଧ କ୍ରମେ କଟକ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଜେଲ୍‌ରେ ଥିବା ସମୟରେ ବିତ୍ତିହୋତ୍ରଙ୍କୁ ଯକୃତ କ୍ୟାନସର୍‌ରେ ପୀଡିତ ହୋଇଥିବାର ଜଣାପଡିଥିଲା । ଦୀର୍ଘ ଦିନ ଧରି ଚିକିତ୍ସା ହେବା ପରେ ରବିବାର ରାତିରେ ଆଖୁବୁଜିଛନ୍ତି ବିତ୍ତିହୋତ୍ର ।