ବିଦାୟ ନେଲା ୨୦୨୪, ନୂଆ ଆଶା ଓ ଉଦ୍ଦୀପନା ସହ ପାଦ ଥାପିଲା ୨୦୨୫

ନନ୍ଦିଘୋଷ ବ୍ୟୁରୋ : ପାଦ ଥାପିଛି ନୂଆ ବର୍ଷ ୨୦୨୫ । ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ... The post ବିଦାୟ ନେଲା ୨୦୨୪, ନୂଆ ଆଶା ଓ ଉଦ୍ଦୀପନା ସହ ପାଦ ଥାପିଲା ୨୦୨୫ appeared first on .

ବିଦାୟ ନେଲା ୨୦୨୪, ନୂଆ ଆଶା ଓ ଉଦ୍ଦୀପନା ସହ ପାଦ ଥାପିଲା ୨୦୨୫

ନନ୍ଦିଘୋଷ ବ୍ୟୁରୋ : ପାଦ ଥାପିଛି ନୂଆ ବର୍ଷ ୨୦୨୫ । ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ମହୋଦଧି କୂଳେ ସକାଳ ପ୍ରଥମ ସୂର୍ଯ୍ୟୋଦୟ ସହ ଶ୍ରୀମୁଖ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପ୍ରବଳ ଗହଳି । ରାତ୍ର ୧୨ଟା୩୫ରେ ଦ୍ୱାର ଫିଟା ଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ ଦେଇ ଦର୍ଶନ ପାଇଁ ସିଂହଦ୍ୱାର ବାଟେ ପ୍ରବେଶ କରିଛନ୍ତି।

ସେପଟେ ଆଜି ସୂର୍ଯ୍ୟ ଉଦୟ ଦର୍ଶନ ପାଈଁ ମଧ୍ୟ ମହୋଦଧି ଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏନେଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି ଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ। କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି ।

ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ି ଗୁଡିକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ସିସିଟିଭି ନଜରରେ ରହିଛି ।

The post ବିଦାୟ ନେଲା ୨୦୨୪, ନୂଆ ଆଶା ଓ ଉଦ୍ଦୀପନା ସହ ପାଦ ଥାପିଲା ୨୦୨୫ appeared first on .