ବିଦେଶ ପଢିଥିବା ଭାରତୀୟ ନେତା, ଜାଣନ୍ତୁ ଲିଷ୍ଟରେ କିଏ ଅଛନ୍ତି ସାମିଲ୍ ?
ନୂଆଦିଲ୍ଲୀ ୨୬।୦୫: ଭାରତରେ ଅନେକ ବଡ ବଡ ନେତା ଅଛନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ନେତା ଅଛନ୍ତି ଯେଉଁମାନେ ବିଦେଶରେ ପାଠ ପଢିଛନ୍ତି । ଏହି ଲିଷ୍ଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତୁ ଜାଣିବା କେଉଁ ନେତାମାନେ ଏଥିରେ ଅଛନ୍ତି ସାମିଲ ? ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ନିଜର ଅଧ୍ୟୟନ ଶେଷ କରିଛନ୍ତି।ଏହି ଲିଷ୍ଟରେ ଅଛନ୍ତି କଂଗ୍ରେସ ନେତା ଶଶି ଥରୁର । ସେ ଥିରୁବନନ୍ତପୁରମ୍ ଆସନରୁ ଅଛନ୍ତି ସାଂସଦ । ଥରୁର୍ ଫ୍ଲେଚର୍ ସ୍କୁଲ୍ ଆଟ୍ ଟଫ୍ଟସ୍ ୟୁନିଭରସିଟିରୁ ଡକ୍ଟରେଟ୍ର ଅଧ୍ୟୟନ କରିଛନ୍ତି । ଥରୁର୍ ଏହି ଉପଲବ୍ଧି ପାଇଥିବା ତାଙ୍କ ସମୟର ସବୁଠାରୁ କମ୍ ବୟସ ବ୍ୟକ୍ତି ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ୟୁନିଭରସିଟିରୁ ଡେଭଲପମେଣ୍ଟ ଷ୍ଟଡିରେ ଏମ.ଫିଲ କରିଛନ୍ତି। ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ୨୦୦୧ରେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜିନେସରୁ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ର ଅଧ୍ୟୟନ କରିଛନ୍ତି । ଭାରତ ସରକାରଙ୍କ ପୂର୍ବତନ ପରିସଂଖ୍ୟାନ ପରାମର୍ଶଦାତା ସୁବ୍ରମଣ୍ୟନ୍ମ୍ ସ୍ବାମୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ରକଫେଲର୍ ସ୍କଲାରସିପରେ ଅଧ୍ୟୟନ କରିଛନ୍ତି । ସେ ୧୯୬୫ରେ ଅର୍ଥନୀତିରେ ମଧ୍ୟ ପିଏଚଡି କରିଥି
ନୂଆଦିଲ୍ଲୀ ୨୬।୦୫: ଭାରତରେ ଅନେକ ବଡ ବଡ ନେତା ଅଛନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ନେତା ଅଛନ୍ତି ଯେଉଁମାନେ ବିଦେଶରେ ପାଠ ପଢିଛନ୍ତି । ଏହି ଲିଷ୍ଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତୁ ଜାଣିବା କେଉଁ ନେତାମାନେ ଏଥିରେ ଅଛନ୍ତି ସାମିଲ ?

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ନିଜର ଅଧ୍ୟୟନ ଶେଷ କରିଛନ୍ତି।

ଏହି ଲିଷ୍ଟରେ ଅଛନ୍ତି କଂଗ୍ରେସ ନେତା ଶଶି ଥରୁର । ସେ ଥିରୁବନନ୍ତପୁରମ୍ ଆସନରୁ ଅଛନ୍ତି ସାଂସଦ । ଥରୁର୍ ଫ୍ଲେଚର୍ ସ୍କୁଲ୍ ଆଟ୍ ଟଫ୍ଟସ୍ ୟୁନିଭରସିଟିରୁ ଡକ୍ଟରେଟ୍ର ଅଧ୍ୟୟନ କରିଛନ୍ତି । ଥରୁର୍ ଏହି ଉପଲବ୍ଧି ପାଇଥିବା ତାଙ୍କ ସମୟର ସବୁଠାରୁ କମ୍ ବୟସ ବ୍ୟକ୍ତି ଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ୟୁନିଭରସିଟିରୁ ଡେଭଲପମେଣ୍ଟ ଷ୍ଟଡିରେ ଏମ.ଫିଲ କରିଛନ୍ତି। ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ୨୦୦୧ରେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜିନେସରୁ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ର ଅଧ୍ୟୟନ କରିଛନ୍ତି ।

ଭାରତ ସରକାରଙ୍କ ପୂର୍ବତନ ପରିସଂଖ୍ୟାନ ପରାମର୍ଶଦାତା ସୁବ୍ରମଣ୍ୟନ୍ମ୍ ସ୍ବାମୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ରକଫେଲର୍ ସ୍କଲାରସିପରେ ଅଧ୍ୟୟନ କରିଛନ୍ତି । ସେ ୧୯୬୫ରେ ଅର୍ଥନୀତିରେ ମଧ୍ୟ ପିଏଚଡି କରିଥିଲେ ।