ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍‌, ଶୁଣାଣି ଆରମ୍ଭ

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ): ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ସେବାୟତ କୁନ୍ଦନ ମହାପାତ୍ର ଓରଫ କୁଣ୍ଡୁ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ମାତ୍ର ୪ଦିନରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ଫଳରେ ସୋମବାରଠାରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ପୋଲିସ ସମସ୍ତ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ହେଉଥିବା […] The post ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍‌, ଶୁଣାଣି ଆରମ୍ଭ appeared first on Dharitri Odia News.

ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍‌, ଶୁଣାଣି ଆରମ୍ଭ

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ): ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ସେବାୟତ କୁନ୍ଦନ ମହାପାତ୍ର ଓରଫ କୁଣ୍ଡୁ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ମାତ୍ର ୪ଦିନରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ଫଳରେ ସୋମବାରଠାରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ପୋଲିସ ସମସ୍ତ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ହେଉଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାଯୋଗ୍ୟ, ପୀଡିତା ସ୍ବିଡେନ୍‌ର ୨୮ ବର୍ଷୀୟା ଯୁବତୀ ଓଡ଼ିଶା ଭ୍ରମଣରେ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଫେବୃଆରୀ ୧୯ରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଚାହିଁଥିଲେ ମଧ୍ୟ ବାରଣ ଥିବାରୁ ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତ ସେବାୟତ କୁଣ୍ଡୁ ତାଙ୍କୁ ପାର୍ଶ୍ୱ ମନ୍ଦିର ବୁଲାଇ ଦେବାକୁ କହି ଅପରାହ୍ନ ପ୍ରାୟ ୨ଟାରେ ଉତ୍ତରଦ୍ୱାର ନିକଟ ଟାୱାର ପାଖକୁ ନେଇ ଅସଦାଚରଣ କରିଥିଲେ। ବିଦେଶିନୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ କୁଣ୍ଡୁ ଏହା ଆମ ସଂସ୍କୃତି ଓ ପରମ୍ପରା ବୋଲି କହିବା ସହ ଧମକ ଦେଇଥିଲେ। ସେଠାରୁ ଖସି ଆସବା ପରେ ସେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୫/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୨୦ ତାରିଖରେ ଅଭିଯୁକ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

The post ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍‌, ଶୁଣାଣି ଆରମ୍ଭ appeared first on Dharitri Odia News.