ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼, ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ

ଭୁବନେଶ୍ୱର : ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ ଟିମ ଖେଳାଳି । ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସରେ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ଦୁଇ ଦେଶର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖେଳାଳିଙ୍କୁ ମଥାରେ ଚନ୍ଦନ ଟୀକା ଲଗାଇବା ସହ ପାରମ୍ପରିକ ନୃତ୍ୟରେ ସ୍ବାଗତ କରାଯାଇଛି ।  ହୋଟେଲ […] The post ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼, ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ appeared first on KNews Odisha.

ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼, ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ
player

ଭୁବନେଶ୍ୱର : ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ ଟିମ ଖେଳାଳି । ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସରେ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ଦୁଇ ଦେଶର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖେଳାଳିଙ୍କୁ ମଥାରେ ଚନ୍ଦନ ଟୀକା ଲଗାଇବା ସହ ପାରମ୍ପରିକ ନୃତ୍ୟରେ ସ୍ବାଗତ କରାଯାଇଛି ।  ହୋଟେଲ ମେ ଫେୟରରେ ଉଭୟ ଦଳର ଖେଳଳୀମାନଙ୍କ ପାଇଁ ରହିବା ବ୍ୟବସ୍ଥା ହୋଇଚି । ହୋଟେଲର 98ଟି ରୁମ୍ ବୁକ୍ ହୋଇଥିବା ଜଣାଯାଇଛି । ଖେଳାଳିଙ୍କୁ ପାଖରେ ପାଇ ଉତ୍ସାହିତ ଥିଲେ ଫ୍ୟାନସ ଓ ପ୍ରଶଂସକ ।

ଖେଳାଳିମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ମୁତୟନ ହେବେ। କାଲି ଉଭୟ ଦଳର ଖେଳାଳି ଅଭ୍ୟାସ ପାଇଁ ବସରେ ବାରବାଟୀ ଷ୍ଟାଡିୟମ ଯିବେ । ଏଥିପାଇଁ ପୂରା ରୁଟ ଲାଇନିଂ ବ୍ୟବସ୍ଥା ହୋଇଛି । ରାସ୍ତାରେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ନ ହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ଦର୍ଶକଙ୍କୁ ପାଣି ବୋତଲ ନେବା ମନା। ସେହିପରି ଫିଙ୍ଗିବା ଭଳି ସାମଗ୍ରୀ ଉପରେ ନେବା ଉପରେ କଟକଣା ଲଗାଯାଇଛି ।

ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼। ମେ ଫେୟାହ ହୋଟଲରେ ରହିବେ ଉଭୟ ଭାରତୀୟ ଓ ଇଂଲଣ୍ଡ ଖେଳାଳି। ସେମାନଙ୍କ ପାଇଁ ପ୍ରାୟ ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ସେଥିରେ ରହିଛି ୨୦-୨୫ ପ୍ରକାର ନୂଆ ଓଡ଼ିଆ ଖାଦ୍ୟ। ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ଫୋକସ ରହିଛି। ଖେଳାଳିଙ୍କ ପାଇଁ କମ ତୈଳ ଯୁକ୍ତ ଓ ସର୍କରା ମୁକ୍ତ ଖାଦ୍ୟ ପ୍ରସ୍ତୁତ ହେବ।

ଓଡ଼ିଆ ଖାଦ୍ୟ ଖାଣ୍ଟି ଘିଅରେ ପ୍ରସ୍ତୁତ ହେବ। ଓଡ଼ିଆ ସହ, କଣ୍ଟିନେଣ୍ଟାଲ, ଚାଇନିଜ୍, ଇଟାଲିଆନ, ମେକ୍ସିକାନ୍ , ଉତ୍ତର ଭାରତୀୟ ଆଦି ଖାଦ୍ୟ ପରସା ଯିବ। ଖେଳାଳିଙ୍କ ଖାଦ୍ୟ ପ୍ରସ୍ତୁତି ନେଇ ସ୍ବତନ୍ତ୍ର ନିର୍ଦ୍ଦେଶ ଆସିଛି। କମ ତୈଳ ଯୁକ୍ତ, ସ୍ବାସ୍ଥ୍ୟକର ଓ ସଜ ଖାଦ୍ୟ ପାଇଁ କୁହାଯାଇଛି। ମ୍ୟାଚ୍ ଥିବାରୁ ଖେଳାଳିମାନେ ରେଡ୍ ମିଟ୍ ଠାରୁ ଦୂରେଇ ରୁହନ୍ତୁ। ତେଣୁ ହ୍ୱାଇଟ୍ ମିଟ୍ ଉପରେ ଧ୍ୟାନ ଦିଆଯାଇଛି।  ଖେଳାଳି ଚାଖିବେ ୩ଶହ ପ୍ରକାର ଖାଦ୍ୟ ।

 

The post ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼, ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ appeared first on KNews Odisha.