ବିଦ୍ୟାଳୟର ସାମଗ୍ରୀକ ବିକାଶ ଜରୁରୀ: ପ୍ରଗତି ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବ୍ଳକସ୍ତରୀୟ ପ୍ରଗତି ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଳକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ଏବଂ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପେଟିକା ଜରିଆରେ ଏହି ତାଲିମ ଶିବିର ଗତ ସୋମବାର ଉଦଘାଟିତ ହୋଇଥିଲା । […] The post ବିଦ୍ୟାଳୟର ସାମଗ୍ରୀକ ବିକାଶ ଜରୁରୀ: ପ୍ରଗତି ତାଲିମ ଶିବିର ଉଦଯାପିତ appeared first on Dharitri Odia News.

ବିଦ୍ୟାଳୟର ସାମଗ୍ରୀକ ବିକାଶ ଜରୁରୀ: ପ୍ରଗତି ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବ୍ଳକସ୍ତରୀୟ ପ୍ରଗତି ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଳକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ଏବଂ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପେଟିକା ଜରିଆରେ ଏହି ତାଲିମ ଶିବିର ଗତ ସୋମବାର ଉଦଘାଟିତ ହୋଇଥିଲା । ଏହି ଶିବିରରେ ୪୫ ଜଣ ପ୍ରଧାନଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ, ବିଦ୍ୟାଳୟର ସାମଗ୍ରୀକ ବିକାଶ ନିମନ୍ତେ ବିଦ୍ୟାଳୟ ପରିସର, ସୂଚକ ଚିହ୍ନଟ, ସାଧନା ବିଦ୍ୟାଳୟର ସମ୍ବଳ ଆକଳନ, କାର୍ଯ୍ୟପନ୍ଥା ନିର୍ଦ୍ଧାାରଣ, ନେତୃତ୍ୱ ବିକାଶ ଓ ପୁରଦୃଷ୍ଟି ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ପ୍ରଧାନଶିକ୍ଷକ ଇ. ଗଣେଶ ପାତ୍ର , ସନ୍ତୋଷ କୁମାର ଗୈାଡ , ଶିବଶଙ୍କର ମିଶ୍ର ଶିବିର ପରିଚାଳନା କରିଥିବା ବେଳେ ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅନ୍ୟତମ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଏନଏସି କ୍ଳଷ୍ଟର ସିଆରସିସି ଅନୀଲ କୁମାର ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

The post ବିଦ୍ୟାଳୟର ସାମଗ୍ରୀକ ବିକାଶ ଜରୁରୀ: ପ୍ରଗତି ତାଲିମ ଶିବିର ଉଦଯାପିତ appeared first on Dharitri Odia News.