ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ନିୟମିତ ପାଳି କରି ଝାଡୁ ମାରିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ ବିଇଓ ହାଡ଼ିବନ୍ଧୁ ବେହେରା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିଥାନ୍ତି। ସେମାନଙ୍କୁ ଏଭଳି […] The post ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ନିୟମିତ ପାଳି କରି ଝାଡୁ ମାରିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ ବିଇଓ ହାଡ଼ିବନ୍ଧୁ ବେହେରା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିଥାନ୍ତି। ସେମାନଙ୍କୁ ଏଭଳି କାମ କରାଇବା ଏକ ଦଣ୍ଡନୀୟ ଅପରାଧ। ଯିଏ ବି ଏଥିପାଇଁ ଦାୟୀ ରହିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ସେ ଗୁରୁତର ନେବା ସହ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

The post ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.