ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରକାଶ କୁମାର ରାୟ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପତରୁ କର, ସୁଚେତା ତ୍ରିପାଠୀଙ୍କ ସହ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ […]

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରକାଶ କୁମାର ରାୟ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପତରୁ କର, ସୁଚେତା ତ୍ରିପାଠୀଙ୍କ ସହ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି ପ୍ରମୁଖ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ବିତରଣ କରଯାଇଥିଲା। ସେହିପରି ଝାଟିପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ,ସହକାରୀ ଶିକ୍ଷୟତ୍ରୀ ମୟୁରପ୍ରଭା ମହାନ୍ତଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁନି ବାରିକ ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ବିତରଣ କରିଛନ୍ତି।