ବିଦ୍ୟୁତ ତାର ଲାଗି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ
ବଲାଙ୍ଗିର: ବିଦ୍ୟୁତ ତାର ଲାଗି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଶ୍ରମିକ ଦୁଇ ଜଣ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗାଁ’ର ଅଭିରାମ କଟା (୪୫) ଓ ତାଙ୍କ ପୁଅ ଉତ୍ତମ କଟା (୨୦)। ଉଭୟ ତାମିଲନାଡ଼ୁ ଶିକାଲୁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ। ସୂଚନା ଅନୁଯାୟୀ, ଫାର୍ମ ନିକଟରେ ପାଚେରି କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଉତ୍ତମ ଆଉ ତାଙ୍କୁ ବଞ୍ଚାଇବାକୁ ଅଭିରାମ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ବିଦ୍ୟୁତ ଆଘାରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଅଭିରାମ, ପତ୍ନୀ ହୀରାବତୀ ଏବଂ ପୁଅ ଉତ୍ତମଙ୍କ ସହ ଗତ ୩ ବର୍ଷହେଲା ତାମିଲନାଡୁ ଯାଇ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କ ପରିବାରରେ ଏବେ କେବଳ ବୁଢ଼ୀ ଆଇ ଓ ତାଙ୍କ ୧୬ ବର୍ଷ ଝିଅ ରହିଛନ୍ତି। ଏମିତିରେ ଦୁଇ ରୋଜଗାରିଆଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ତାଙ୍କ ପରିବାର। ଉଭୟଙ୍କ ମର ଶରୀର ପାଇଁ ପରିବାର ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ବଲାଙ୍ଗିର: ବିଦ୍ୟୁତ ତାର ଲାଗି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଶ୍ରମିକ ଦୁଇ ଜଣ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗାଁ’ର ଅଭିରାମ କଟା (୪୫) ଓ ତାଙ୍କ ପୁଅ ଉତ୍ତମ କଟା (୨୦)। ଉଭୟ ତାମିଲନାଡ଼ୁ ଶିକାଲୁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ।
ସୂଚନା ଅନୁଯାୟୀ, ଫାର୍ମ ନିକଟରେ ପାଚେରି କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଉତ୍ତମ ଆଉ ତାଙ୍କୁ ବଞ୍ଚାଇବାକୁ ଅଭିରାମ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ବିଦ୍ୟୁତ ଆଘାରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।
ଅଭିରାମ, ପତ୍ନୀ ହୀରାବତୀ ଏବଂ ପୁଅ ଉତ୍ତମଙ୍କ ସହ ଗତ ୩ ବର୍ଷହେଲା ତାମିଲନାଡୁ ଯାଇ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କ ପରିବାରରେ ଏବେ କେବଳ ବୁଢ଼ୀ ଆଇ ଓ ତାଙ୍କ ୧୬ ବର୍ଷ ଝିଅ ରହିଛନ୍ତି। ଏମିତିରେ ଦୁଇ ରୋଜଗାରିଆଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ତାଙ୍କ ପରିବାର। ଉଭୟଙ୍କ ମର ଶରୀର ପାଇଁ ପରିବାର ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି।