ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ନୂତନ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ଼ ତରଫରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହାକୁ ସୂଚାର ରୂପେ ସମ୍ପାଦନ କରାଯାଇ ଚଳିତ ମାସ ୭ ତାରିଖରେ ଏଥିରେ ବିଦ୍ୟୁତ୍ ସରବରାହ କରି ଦିଆଯାଇଛି। ପ୍ରଥମଟି ବରଗଡ଼ ଜିଲା ଅମ୍ବାଭୋନାଠାରେ ୨୫ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ ନୂତନ ୩୩ କେ.ଭି. ଭୁକ୍ତା ଫିଡର୍ ଏବଂ […] The post ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ନୂତନ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ appeared first on Dharitri Odia News.
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ଼ ତରଫରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହାକୁ ସୂଚାର ରୂପେ ସମ୍ପାଦନ କରାଯାଇ ଚଳିତ ମାସ ୭ ତାରିଖରେ ଏଥିରେ ବିଦ୍ୟୁତ୍ ସରବରାହ କରି ଦିଆଯାଇଛି। ପ୍ରଥମଟି ବରଗଡ଼ ଜିଲା ଅମ୍ବାଭୋନାଠାରେ ୨୫ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ ନୂତନ ୩୩ କେ.ଭି. ଭୁକ୍ତା ଫିଡର୍ ଏବଂ ଅନ୍ୟଟି ଡୁଙ୍ଗୁରୀ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଫିଡର୍ ଲାଇନ ଆରମ୍ଭ ହେବା ପୂର୍ବରୁ ଯେଉଁ ଫିଡର୍ ଲାଇନ ଅବସ୍ଥିତ ଥିଲା, ତାହା ଘଞ୍ଚ ଜଙ୍ଗଲ ମଧ୍ୟରେ ଗତି କରୁଥିବାରୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିଭିନ୍ନ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଫଳରେ ବିଦ୍ୟୁତ୍ ସରବରାହ ଏବଂ ବିତରଣରେ ବ୍ୟାଘାତ ଘଟୁଥିଲା। ଏହି ୨ଟି ଫିଡର୍ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ କମ୍ପାନୀ ତରଫରୁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଦ୍ୱାରା ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ୍ ଉପଭୋକ୍ତାମାନେ ଉପକୃତ ହୋଇପାରିବେ। ଟିପିଡବ୍ଲ୍ୟୁଓଡିଏଲ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଅନବରତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଏହାର ବିତରଣ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ଏବଂ ଗ୍ରାହକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ସମୟରେ ଚେଷ୍ଟା ଜାରି ରଖିଛି ବୋଲି ଟିପିଡବ୍ଲୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି।
The post ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ନୂତନ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ appeared first on Dharitri Odia News.