ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର

କଟକ,୬।୩: ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ ହେଉଛି। ସୂଚନାଥାଉ କି, ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା […] The post ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର appeared first on Dharitri Odia News.

ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର

କଟକ,୬।୩: ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ ହେଉଛି।

ସୂଚନାଥାଉ କି, ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ କରୁଛି ଭିଜିଲାନ୍ସ । ସେପଟେ ନୟାଗଡ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତ ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ର୍ନିମାଣଧିନ କୋଠା ଓ କଟକ ସ୍ଥିତ କାର୍ୟ୍ୟାଳୟରେ ଖୋଳତାଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

The post ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର appeared first on Dharitri Odia News.