ବିଦ୍ୟୁତ୍ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ …
ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍କାଟ୍ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍ ଷ୍ଟେଶନ ଅଞ୍ଚଳରେ ଥିବା ଷଡ଼ଙ୍ଗୀ, ଫୁଲ କଅଁଳେଇ, ବାଉଟିଆ ପଦା, ବୁଢ଼ୀକାପୁଡ଼ି ଓ କିଆପଡ଼ା ଆଦି ଗାଁ ଗତ ୩ ଦିନ ହେବ ଅନ୍ଧାକାର ମଧ୍ୟରେ ରହିଛି। ଲାଇନ୍ ନ ଥିବା ଯୋଗୁ ଲୋକେ ପ୍ରବଳ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ଆତ୍ୟାବଶ୍ୟକ ପାଣି ଯୋଗାଣ ହୋଇ ପାରୁନାହିଁ। […] The post ବିଦ୍ୟୁତ୍ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ … appeared first on Dharitri Odia News.
ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍କାଟ୍ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍ ଷ୍ଟେଶନ ଅଞ୍ଚଳରେ ଥିବା ଷଡ଼ଙ୍ଗୀ, ଫୁଲ କଅଁଳେଇ, ବାଉଟିଆ ପଦା, ବୁଢ଼ୀକାପୁଡ଼ି ଓ କିଆପଡ଼ା ଆଦି ଗାଁ ଗତ ୩ ଦିନ ହେବ ଅନ୍ଧାକାର ମଧ୍ୟରେ ରହିଛି। ଲାଇନ୍ ନ ଥିବା ଯୋଗୁ ଲୋକେ ପ୍ରବଳ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ଆତ୍ୟାବଶ୍ୟକ ପାଣି ଯୋଗାଣ ହୋଇ ପାରୁନାହିଁ। ପିଲାମାନଙ୍କ ପାଠ ପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ବିଦ୍ୟୁତ୍ କାର୍ଯ୍ୟାଳୟର ଏସିକୁ ବନ୍ଦ କରି ଦେଇଥିଲେ। ବିଦ୍ୟୁତ୍କାଟ ସମସ୍ୟା ସମ୍ପର୍କରେ ବିଭାଗୀୟ ଏସ୍ଡିଓ ଜନ୍ମେଜୟ ବେହେରାଙ୍କୁ ପଚାରିବାରୁ ପାଟଣାର ୩୩ କେଭି ବ୍ରେକର ଖରାପ ହୋଇଥିବାରୁ ତୁରୁମୁଙ୍ଗା ଫିଡରର ବିଦ୍ୟୁତ୍ ସରବରାହରେ ବ୍ୟାଘାତ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୪ଟା ବେଳୁ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ଏବେ ଆଉ ଲାଇନ୍ କଟିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ ଇନ୍ଦୁମତି ସାହୁ, ଜାନକୀ ସାହୁ, ନିରୋଜ କୁମାର ସାହୁ, ସଚ୍ଚିଦାନନ୍ଦ ସାହୁ, ଦୀପକ କୁମାର ସାହୁ ପ୍ରମୁଖ ବିଦ୍ୟୁତ୍ ସେବା ତ୍ସ୍ବାଭାବିକ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିିଳିଥିଲା। ସାରେ ଯନ୍ତ୍ରୀ ଉମେଶ ଭୂୟାଂ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଆସି ହଟହଟା ହୋଇଥିଲେ। ଯନ୍ତ୍ରୀ ବିଳମ୍ବରେ ପହଞ୍ଚତ୍ବାରୁ ମହିଳାମାନେ ହୁଳହୁଳି ଦେଇ ତାଙ୍କୁ ସମାଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଯନ୍ତ୍ରୀଙ୍କୁ ଉତ୍ତ୍ୟକ୍ତ ମହିଳା ପୁରୁଷ ଘେରାଉ କରି ରଖିଥିଲେ।
The post ବିଦ୍ୟୁତ୍ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ … appeared first on Dharitri Odia News.