ବିଦ୍ୟୁତ୍‌ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଯୁବକ ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ଯୁବକ ଜଣକ ଟାୱାର ଉପରକୁ କାହିଁକି ଚଢ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ଯୁବକ ଜଣକ ମାନସିକ ବିକୃତ ଥିବା […] The post ବିଦ୍ୟୁତ୍‌ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ… appeared first on Dharitri Odia News.

ବିଦ୍ୟୁତ୍‌ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଯୁବକ ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ହେଲେ ଯୁବକ ଜଣକ ଟାୱାର ଉପରକୁ କାହିଁକି ଚଢ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ଯୁବକ ଜଣକ ମାନସିକ ବିକୃତ ଥିବା ସୂଚନା ମିଳିଛି। ସେ ହେଲେ ନେତ୍ର ମୁଣ୍ଡା(୬୦)। ତାଙ୍କ ଘର ସ୍ଥାନୀୟ ଅମୃତପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।

ଶୁକ୍ରବାର କଲଣ୍ଡା ଖେଳ ପଡ଼ିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଚାଲିଥିଲା। ସେତିକିବେଳେ ନେତ୍ର ହଠାତ୍‌ ଟାୱାର ଉପରକୁ ଚଢିଯାଇ ଉପରେ ଶୋଇ ପଡିଥିଲେ। ଏନେଇ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପଳାଶପଙ୍ଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଲୋକେ ନେତ୍ରଙ୍କୁ ବୁଝାଶୁଝା ପରେ ସେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ପଡିଥିଲେ।

The post ବିଦ୍ୟୁତ୍‌ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ… appeared first on Dharitri Odia News.