ହାତର ଧମନୀ କାଟି ରାଜସ୍ଥାନ କଂଗ୍ରେସର ପୂର୍ବତନ ବିଧାୟକଙ୍କ ଆତ୍ମହତ୍ୟା

ଜୟପୁର ୪।୪: ରାଜସ୍ଥାନ କଂଗ୍ରେସର ଜନୈକ ପୂର୍ବତନ ବିଧାୟକ ତଥା ଯୁବ ନେତା ଗୁରୁବାର ହାତ ଧମନୀ କାଟି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ବିବେକ ଧାକ୍କଡ ଓ ସେ ଭିଲୱାଡା ମାଣ୍ଡଲଗଡରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ। ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ମହାତ୍ମାଗାନ୍ଧି ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। କଂଗ୍ରେ ନେତା ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ ତାଙ୍କ ପିତା କହ୍ନେୟା ଲାଲ ଧାକ୍କଡବିଷ ଖାଇ ଦେଇଛନ୍ତି। କଂଗ୍ରେସ ନେତାଙ୍କ ସହ ତାଙ୍କ ପିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ  କହ୍ନେୟାଲାଲ ଏବେ ଆଇସିୟୁରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିବେକ ଧାକ୍କଡ ୨୦୧୯ରେ ମାଣ୍ଡଲଗଡରୁ ଉପନିର୍ବାଚନ ଲଢିଥିଲେ ଓ ବିଜୟୀ ହୋଇଥିଲେ। ତେବେ ଗତ ୨୦୨୩ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ଲଢିଥିବା ବେଳେ ପରାଜିତ ହୋଇଛନ୍ତି। ତାଙ୍କୁ ବିଜେପିର ଗୋପାଳ ଶର୍ମା ହରାଇଛନ୍ତି। କହ୍ନେୟାଲାଲ ଧାକ୍କଡ ଅତୀତରେ କଂଗ୍ରେସର ଜିଲ୍ଲା ମୁଖ୍ୟ ଥିଲେ। ଗତ ଦିନରେ ବିବେକଙ୍କୁ ସି.ପି. ଯୋଶୀଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ଦେଖାଯାଇଥିଲା। ବିବେକ ତାଙ୍କ ଲାଗି ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ତେବେ ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ଖବର ତାଙ୍କ ସମର୍ଥକ ଓ କର୍ମୀଙ୍କ ମହଲର ଶୋକର ଲହର

ହାତର ଧମନୀ କାଟି ରାଜସ୍ଥାନ କଂଗ୍ରେସର ପୂର୍ବତନ ବିଧାୟକଙ୍କ ଆତ୍ମହତ୍ୟା

ଜୟପୁର ୪।୪: ରାଜସ୍ଥାନ କଂଗ୍ରେସର ଜନୈକ ପୂର୍ବତନ ବିଧାୟକ ତଥା ଯୁବ ନେତା ଗୁରୁବାର ହାତ ଧମନୀ କାଟି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ବିବେକ ଧାକ୍କଡ ଓ ସେ ଭିଲୱାଡା ମାଣ୍ଡଲଗଡରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ। ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ମହାତ୍ମାଗାନ୍ଧି ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। କଂଗ୍ରେ ନେତା ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ ତାଙ୍କ ପିତା କହ୍ନେୟା ଲାଲ ଧାକ୍କଡବିଷ ଖାଇ ଦେଇଛନ୍ତି। 

କଂଗ୍ରେସ ନେତାଙ୍କ ସହ ତାଙ୍କ ପିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ  କହ୍ନେୟାଲାଲ ଏବେ ଆଇସିୟୁରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିବେକ ଧାକ୍କଡ ୨୦୧୯ରେ ମାଣ୍ଡଲଗଡରୁ ଉପନିର୍ବାଚନ ଲଢିଥିଲେ ଓ ବିଜୟୀ ହୋଇଥିଲେ। ତେବେ ଗତ ୨୦୨୩ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ଲଢିଥିବା ବେଳେ ପରାଜିତ ହୋଇଛନ୍ତି। ତାଙ୍କୁ ବିଜେପିର ଗୋପାଳ ଶର୍ମା ହରାଇଛନ୍ତି। 

କହ୍ନେୟାଲାଲ ଧାକ୍କଡ ଅତୀତରେ କଂଗ୍ରେସର ଜିଲ୍ଲା ମୁଖ୍ୟ ଥିଲେ। ଗତ ଦିନରେ ବିବେକଙ୍କୁ ସି.ପି. ଯୋଶୀଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ଦେଖାଯାଇଥିଲା। ବିବେକ ତାଙ୍କ ଲାଗି ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ତେବେ ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ଖବର ତାଙ୍କ ସମର୍ଥକ ଓ କର୍ମୀଙ୍କ ମହଲର ଶୋକର ଲହର ଖେଳାଇ ଦେଇଛି। ବିବେକଙ୍କ ପ୍ରାର୍ଥୀବ ଶରୀରକୁ ଭିଲୱାଡାସ୍ଥିତ ମହାତ୍ମାଗାନ୍ଧି ହସ୍ପିଟାଲରେ ରଖାଯାଇଛି। ସୂତ୍ର ଅନୁସାରେ ବିବେକ ସକାଳରେ ତାଙ୍କ ଦୁଇ ହାତର ଧମନୀ କାଟି ଦେଇଥିଲେ। ତାଙ୍କୁ ପିତା କ୍ନହେୟାଲାଲ ଚୌକି ଉପରେ ବସିଥିବାର ଦେଖିବାକୁ ପାଇଥିଲେ। ସେତେବେଳେ ତାଙ୍କ ବେକ ନଇଁ ପଡିଥିଲା ଓ ତାଙ୍କ ଦୁଇ ହାତରୁ ରକ୍ତ ଝରୁଥିଲା। ଏହା ଦେଖି କହ୍ନେୟାଲାଲ ବିଷ ଖାଇଦେଇଥିଲେ। ପୋଲିସ ଏବେ ମାମଲାର ତଦନ୍ତ କରୁଛି।