ବିଧାନସଭା Exit Poll କହୁଛି ଏଥର ରାଜ୍ୟରେ ଝୁଲା ସରକାର !

ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।

ବିଧାନସଭା Exit Poll କହୁଛି ଏଥର ରାଜ୍ୟରେ ଝୁଲା ସରକାର !

ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ଏକ୍‌ଜିଟ୍ ପୋଲ୍ ସର୍ଭେ ରିପୋର୍ଟ। ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଅନୁସାରେ, ଓଡ଼ିଶାରେ ପ୍ରାୟ ସମାନ ପ୍ରଦର୍ଶନ କରିପାରନ୍ତି ବିଜେପି ଓ ବିଜେଡି । ବିଧାନସଭାରେ କଡ଼ା ଫାଇଟ ହୋଇଛି । ଉଭୟ ଦଳ ୪୨ ପ୍ରତିଶତ ଲଖାଏଁ ଭୋଟ ପାଇଥିବା ନେଇ ଆକଳନ କରାଯାଉଛି । ସେହିଭଳି ଉଭୟ ବିଜେପି ଓ ବିଜେଡିକୁ ୬୨ ରୁ ୮୦ ବିଧାନସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । କଂଗ୍ରେସକୁ ମିଲିପାରେ ୫ ରୁ ୮ ସିଟ୍ । ତେବେ ମୋଟାମୋଟି ଏକ୍‌ଜିଟ୍‌ ପୋଲ ରିପୋର୍ଟ ଦେଖିବା ପରେ କୁହାଯାଇପାରିବ ଯେ, ଏଥର ଓଡ଼ିଶାରେ ଝୁଲା ସରକାର ହେବାର ସମ୍ଭାବନା ଅଧିକ ରହିଛି ।

ତେବେ ଭୋଟ୍ ସେୟାରକୁ ଦେଖିଲେ, ବିଜେପିକୁ ୪୨%, ବିଜେଡିକୁ ୪୨%, କଂଗ୍ରେସକୁ ୧୨% ଏବଂ ଅନ୍ୟାନ୍ୟଙ୍କୁ ୪% ଭୋଟ୍ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଏହି ଆକଳନକୁ ନେଇ ବିଜେପି କହିଛି, ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେବିଜେପି ଶତାଧିକ ସିଟ୍ ଜିତି ସରକାର କରିବ ।...

ଅନ୍ୟପଟେ ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଛି ଏକ୍‌ଜିଟ୍ ପୋଲ୍ ସର୍ଭେ ଫଳାଫଳ। ଅଧିକାଂଶ ସଂସ୍ଥାର ସର୍ଭେ କହୁଛି, ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ବୃହତ ସଫଳତା, ଆଉ ଜୋରଦାର ଝଟ୍‌କା ଖାଇବ ବିଜେଡି। ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର 21 ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି 18ରୁ 20 ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି 0ରୁ 2 ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।

ସେହିପରି ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍। ଇଣ୍ଡିଆ ଟିଭି ସର୍ଭେ ଅନୁସାରେ, ୧୫ ରୁ ୧୭ ଆସନରେ ବିଜେପି ବିଜୟ ଲାଭ କରିବାର ସମ୍ଭାବନା ଥିବା ବେଳେ ୪ ରୁ ୬ ଆସନରେ ବିଜେଡି ଓ କଂଗ୍ରେସ କେବଳ ଗୋଟିଏ ସିଟରେ ସନ୍ତୁଷ୍ଟ ରହିପାରେ। 

ସେହିପରି ଇଣ୍ଡିଆ ନ୍ୟୁଜ୍ ସର୍ଭେ ଅନୁଯାୟୀ, ବିଜେପି ଖାତାକୁ ୧୩ ଓ ବିଜେଡି ଖାତାକୁ ୮ ଲୋକସଭା ସିଟ୍ ଯାଇପାରେ। ସେହିପରି ଚାଣକ୍ୟ ସର୍ଭେ କହୁଛି ବିଜେପି ୧୬, ବିଜେଡି ୪ ଓ କଂଗ୍ରେସ ଗୋଟିଏ ଆସନ ହାତେଇପାରେ। ତେଣୁ ବିଜେପି ଯେ ରାଜ୍ୟରେ ନିଜ କାୟା ବିସ୍ତାର କରିବାକୁ ଯାଉଛି ସେ ସଂକେତ ଏକ୍ଜିଟ୍ ପୋଲ୍ ରିପୋର୍ଟ ଦେଇସାରାଲାଣି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

ସେପଟେ ଲୋକସଭାରେ ବିଜେପିର ବିପୁଳ ବିଜୟ ସମ୍ଭାବନାର ପ୍ରଭାବ ବିଧାନସଭା ସିଟରେ ମଧ୍ୟ ଜବରଦସ୍ତ ଭାବେ ଦେଖିବାକୁ ପଡ଼ିପାରେ। ଛତିଶଗଡ଼ ଭଳି ଏଠି ବି ମୋଦି ମ୍ୟାଜିକ୍ ଅପ୍ରତ୍ୟାଶିତ ସତ୍ତା ବଦଳାଇପାରେ। ରାଜ୍ୟ ରାଜନୀତିରେ ଆରମ୍ଭ ହୋଇପାରେ ବିଜେପିର ନୂଆ ଅଧ୍ୟାୟ। ବିଜେପି ବି ସରକାର ଗଠନକୁ ନେଇ ବେଶ୍ କନଫିଡେଣ୍ଟ ଥିବା ବେଳେ, ବିଜେଡି କହିଛି 9 ତାରିଖରେ ନବୀନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। ସେପଟେ କଂଗ୍ରେସ କହିଛି ଆମ ପ୍ରଦର୍ଶନ 9ରୁ 90 ନହେଲେ ବି ପୂର୍ବ ତୁଳନାରେ ଭଲ ରହିବ। ଏକଜିଟ୍ ପୋଲ ରେଜଲଟ ପରେ ଏବେ ସମସ୍ତଙ୍କର ଅପେକ୍ଷା 4 ତାରିଖର ଫଳାଫଳକୁ।